ନଗର ବିଜେପି ପକ୍ଷରୁ ପୌରପାଳିକାକୁ ଚେତାବନୀ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଭାରତୀୟ ଜନତା ପାର୍ଟି ନଗର, ବାଲେଶ୍ୱର ତରଫରୁ ଏକ ପ୍ରତିନିଧି ମଣ୍ଡଳ ବାଲେଶ୍ୱର ପୌରପାଳ ନିର୍ବାହୀ ଅଧିକାରୀଙ୍କ ସହିତ ସାକ୍ଷାତ କରି ମୁଖ୍ୟତଃ ୪୧ ଗୋଟି ରାସ୍ତା କାର୍ଯ୍ୟର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟଦେଶ ବଣ୍ଟନ କରି କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସ୍ଥାନୀୟ ନବ ନିର୍ବାଚିତ ବିଧାୟକ ଶ୍ରୀ ମଦନ ମୋହନ ଦତ୍ତଙ୍କ ପ୍ରୟାସ କ୍ରମେ ବାରମ୍ବାର ସରାକରୀ ରିଭ୍ୟୁ କରି ୨୦୧୯/୨୦ ଆର୍ଥୀକ ବର୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟରୁ ଆସିଥିବା ଅର୍ଥରେ ସହରର ବେହାଲ ହୋଇ ପଡିଥିବା ରାସ୍ତା ଗୁଡିକୁ ମରାମତି ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ଏହାର ଟେଣ୍ଡର କାର୍ଯ୍ୟ ସମ୍ପାଦନ କରିଥିଲେ । ଗତ ଜାନୁୟାରୀ ୩ .୨୦୨୦ ପତ୍ର ସଂଖ୍ୟା ୩୦ରେ ୪୧ ଗୋଟି ରାସ୍ତାର ମରାମତି ପାଇଁ ୪ କୋଟିରୁ ଉର୍ଦ୍ଧ ଟଙ୍କାର ଟେଣ୍ଡର ପୌରପାଳିକା ଦ୍ୱାରା ଆଗତ ହୋଇଥିଲା ମାତ୍ର ଅଦ୍ୟାବଧି ଉକ୍ତ ଟେଣ୍ଡର ପାଇଁ କାର୍ଯ୍ୟାଦେଶ ବଣ୍ଟନ ନ କରି କଣ ପାଇଁ ବିଳମ୍ବ କରୁଛନ୍ତି ବୋଲି ଆଜି ବିଜେପିର ଏକ ପ୍ରତିନିଧି ଦଳ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଭେଟି ବାଲେଶ୍ୱର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହା ସହ ବାଲେଶ୍ୱର ମ୍ୟୁନିସିପାଲଟିର ବହୁ ସମସ୍ୟାକୁ ନେଇ ଆଲୋଚନା କରିଥିଲେ ଯଥା ସମସ୍ତ ଟେଣ୍ଡର ପେପର ଖୋଲି ଅବିଳମ୍ବେ କାର୍ଯ୍ୟାଦେଶ ଦିଆଯାଉ, ଯୁଦ୍ଧକାଳୀନ ଭିତ୍ତିରେ ମ୍ୟୁନିସିପାଲଟିର ରାସ୍ତାଘାଟ, ନାଳ ନର୍ଦ୍ଦମାର ମରାମତି କରାଯାଉ, ମ୍ୟୁନିସିପାଲଟିର ସୁଇପର ମାନଙ୍କର ସମସ୍ୟାର ସମାଧାନ କରାଯାଉ, ଷ୍ଟ୍ରୀଟ ଲାଇଟର ମରାମତି କରି ନିରବଚ୍ଛିନ ଆଲୋକ ପ୍ରଦାନ କରାଯାଉ, ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କୁ ଅର୍ଥ ପୈଠ ବ୍ୟବସ୍ଥା କରାଯାଉ, ଅନୁମୋଦିତ ହୋଇ ପଡିରହିଥିବା ମଧୁବାବୁ ଭତ୍ତା ତୁରନ୍ତ ପ୍ରଦାନ କରାଯାଉ, ଚାରି ଡିସମିଲ୍ ରୁ କମ ଥିବା ଯାଗାକୁ ବୈଠକ କରି ଅନୁମୋଦନ କରାଯାଉ । ଉକ୍ତ ପ୍ରତିନିଧି ମଣ୍ଡଳ ନେତୃତ୍ୱ ନେଇଥିବା ବିଜେପି ନଗର ମଣ୍ଡଳ ସଭାପତି ଶ୍ରୀ ଚିତ୍ତରନ ପଣ୍ଡା ଜଣାଇଛନ୍ତି ଯେ ଆଗାମୀ ୧୫ ଦିନ ମଧ୍ୟରେ ଉକ୍ତ ଦାବିଗୁଡିକ ପୂରଣ ନ ହେଲେ ଉକ୍ତ ମ୍ୟୁନିସିପାଲଟି ଅଫିସ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘେରାଉ କରାଯିବ । ଉକ୍ତ ପ୍ରତିନିଧି ମଣ୍ଡଳରେ ବିଧାୟକ ପ୍ରତିନିଧି ସୀତାକାନ୍ତ ସ୍ୱାଇଁ, ସୁଜିତ ଦେବ, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଅନନ୍ତ ନାୟକ, ଯୋଗେନ ରଣା, ଦିପୁ ପିରି, ଲୋକନାଥ ଭୂୟାଁ, ଉପେନ୍ଦ୍ର ଶତପଥୀ, ବିବେକ ମହାନ୍ତି, ତରୁଣ ବର୍ଦ୍ଧନ, ମନ୍ମଥ ପାତ୍ର, ଧିରଜ ମହାନ୍ତି, କୌସିକ ଚାନ୍ଦ, ପଙ୍କଜ ମହାନ୍ତି, ମହୁଆ ପ୍ରଧାନ, ସଂଯୁକ୍ତା ମହାପାତ୍ର, ସସ୍ମିତା ଦାଶ, ଶ୍ରୀୟା ଦାସ, ଅରୁପ ଜେନା, ଦିଲ୍ଲୀପ ମାଝୀ, ଭାଗ୍ୟରନ ନାୟକ, ରାକେଶ ପାଢୀ, ସୀବ ପ୍ରଧାନ, ଭାସ୍କର ମାଝୀ, ଶୋଭାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


