ନଗର ଷ୍ଟାର କ୍ଲବରେ ପୂଜା ପାଇବେ ତିରିଶି ଫୁଟ ଗଣେଷ ମୂର୍ତ୍ତି
ନିମାପଡ଼ା, (ସନ୍ତୋଷ ଦାଶ):ଅଗ୍ର ପୂଜ୍ୟ ଶ୍ରୀ ଗଣେଷ ଙ୍କ ପୂଜା ପାଇଁ ପୁର ଠାରୁ ପଲ୍ଲୀ ଆରମ୍ଭ ହୋଇ ଗଲାଣି ଜୋରଦାର ପ୍ରସ୍ତୁତି। ଦୁଲୁକିବ ପୂଜା ମଣ୍ଡପ। ଗଜାନନ ଙ୍କୁ ସ୍ୱାଗତ ପାଇଁ ସମସ୍ତେ ତତ୍ପର। ୨ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ ଧୂମଧାମ ରେ ପାଳିତ ହେବ ଗଣେଷ ପୂଜା। ଏଥି ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳ ଚଳଚଞ୍ଚଳ। ଅସ୍ତରଙ୍ଗ ବ୍ଲକ ନଗର ପଂଚାୟତ ଗଣେଷ ଷ୍ଟାର କ୍ଲବ ତରଫରୁ ଚଳିତ ବର୍ଷ ତିରିଶି ଫୁଟ ଗଣେଷ ମୂର୍ତ୍ତି ପୂଜାର୍ଚନା କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି।ଏଥି ପାଇଁ ମଣ୍ଡପ ପ୍ରସ୍ତୁତି , ସାଜସଜ୍ଜା ସାଙ୍ଗକୁ ଆକର୍ଷଣୀୟ ଟେଣ୍ଡ କାମ ଜାରିରହିଛି। ଆଉ ଦୁଇ ଦିନ ପରେ ପୂଜା ଥିବାରୁ ସମସ୍ତେ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି। ଅସ୍ତରଙ୍ଗ ବ୍ଲକ ନଗର ପଂଚାୟତ ଗଣେଷ ଷ୍ଟାର କ୍ଲବ ଗଣେଷ ପୂଜା ପାଇଁ ବ୍ଲକ ରେ ପ୍ରସିଦ୍ଧ ଲାଭ କରିଥିବାରୁ ପୂଜା କମିଟି ତରଫରୁ ଚଳିତ ବର୍ଷ ପୂଜା ସାଙ୍ଗକୁ ଦର୍ଶକ ମାନଙ୍କ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି ବୋଲି ପୂଜା କମିଟି ସଦସ୍ୟ ସୁବ୍ରତ ପଲାଉରୀ ଓ ଲିକୁ ପଲାଉରୀ ପ୍ରକାଶ କରିଛନ୍ତି।