ନଗୁଡୁ ହାଇ ସ୍କୁଲରେ ପୋଷାକ ବଣ୍ଟନ
ବୁଗୁଡା , (ଯୁଗାବ୍ଦ ନ୍ୟୁଜ) : ବୁଗୁଡା ବ୍ଲକ ଅନ୍ତର୍ଗତ ନଗୁଡୁ ସରକାରୀ ନୋଡାଲ ନଟବର ଶିକ୍ଷା ନିକେତନର ପୋଷାକ ବଣ୍ଟନ ମେଳା ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି । ଏହି ମେଳାକୁ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ ଉଦଘାଟନ କରିଥିଲେ । ଏହି ମେଳାରେ ସ୍କୁଲ ପରିଚାଳନା କମିଟିର ସଭାନେତ୍ରୀ ମାମି ନାୟକ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ସରପଞ୍ଚ ଶାନ୍ତିଲତା ନାୟକ, ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ,ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି,ସିଆରସିସି ଭବାନୀ ଶଙ୍କର ପାତ୍ର, ବିଦ୍ୟାଧର ଗୌଡ଼ ଓ ରଞ୍ଜିତ ଖଟେଇ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ଭଲ ଭାବରେ ପାଠପଢି ଉତ୍ତମ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ଅତିଥି ବୃନ୍ଦ ଓ ଅଭିଭାବକ ବୃନ୍ଦଙ୍କ ଦ୍ୱାରା ଛାତ୍ର ଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ।