ନଗ୍ମାଙ୍କ ପ୍ରତି ଆକର୍ଷିତ ଥିଲେ ଗାଙ୍ଗୁଲୀ
ବିବାହ ପରେ ମଧ୍ୟ ଜଣେ ପୁରୁଷ ଅଥବା ଜଣେ ନାରୀ ଅନ୍ୟ ଜଣଙ୍କ ପ୍ରତି ଆପେ ଆପେ ଆକର୍ଷିତ ହୋଇଯାଏ। କେବଳ ସାଧାରଣ ମଣିଷ ନୁହଁନ୍ତି, ବଡ଼ ବଡ଼ ସେଲିବ୍ରିଟିମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ଏକଦା ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ବିସିସି ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଅଭିନେତ୍ରୀ ନଗ୍ମାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ନଗ୍ମାଙ୍କର ପ୍ରକୃତ ନାମ ନନ୍ଦିତା ଅରବିନ୍ଦ ମୋରାରଜି ଥିଲା। ଫିଲ୍ମରେ ଅଭିନୟ ପରେ ତାଙ୍କର ନାମ ପରିବର୍ତ୍ତନ କରାଯାଇଥିଲା। ନଗ୍ମାଙ୍କ ପ୍ରତି ସୌରଭ ଆକର୍ଷିତ ହେଲା ବେଳକୁ ସେ ଡୋନାଙ୍କୁ ବିବାହ ମଧ୍ୟ କରିସାରିଥିଲେ। ନଗ୍ମା ଏବଂ ସୌରଭଙ୍କ ସାକ୍ଷାତ୍ ୧୯୯୯ ବିଶ୍ୱ କପ୍ ସମୟରେ ହୋଇଥିଲା। ଦୁଇଜଣଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୦୦୧ରେ ଦୁହିଁଙ୍କର ବହୁ ଫଟୋ ମଧ୍ୟ ପ୍ରକାଶିତ ହେବାରେ ଲାଗିଥିଲା। ଏକ ମନ୍ଦିରରେ ମଧ୍ୟ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା। ଏ ସମ୍ପର୍କ ଡୋନାଙ୍କୁ ଜଣାପଡ଼ିବା ପରେ ସୌରଭଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଥିଲା। ମାମଲା ଛାଡ଼ପତ୍ର ପର୍ଯ୍ୟନ୍ତ ମଧ୍ୟ ଯାଇଥିବା କୁହାଯାଉଥିଲା। ତେବେ ପରବର୍ତ୍ତୀ ସମୟରେ ସୌରଭ ନଗ୍ମାଙ୍କଠାରୁ ଦୂରେଇ ଯାଇଥିଲେ।