ନଙ୍ଗଳବୋଡ଼ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଅନୁଷ୍ଠିତ

ସିନାପାଲି,(ଲିଲାମ୍ବର ନାଗ): ସିନାପାଲି ବ୍ଲକ ସ୍ଥିତ ଶିକ୍ଷାନୁଷ୍ଠାନ ନଙ୍ଗଲବୋଡ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଶ୍ରିଯୁକ୍ତ ଖଗେଶ୍ବର ମାଝୀଙ୍କ ସଭାପତିତ୍ବରେ ଅତି ଆଡମ୍ବର ଓ ଉତ୍ସାହର ସହିତ ବିଦ୍ୟାଳୟ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି ।ପ୍ରଥମେ ଦିବା ୧୧ ଘଣ୍ଟା ସମୟରେ ସଭା ଆରମ୍ଭ ହୋଇଥିଲା । ମଞ୍ଚରେ ମାନ୍ୟବର ମୁଖ୍ୟ ଅତିଥି ଖରିଆର ବିଧାନସଭା କ୍ଷେତ୍ରର ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ଥାଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେ ତାଙ୍କ ଉଦ୍ବୋଧନରେ ଶିକ୍ଷାର ଗୁରୁତ୍ୱ, ଶୃଙ୍ଖଳା ଓ ନୈତିକ ମୂଲ୍ୟବୋଧର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ ।ମୁଖ୍ୟ ବକ୍ତା ଜିଲ୍ଲା ଶିକ୍ଷା ବିଭାଗର ଡି.ଆଇ. ଅଫ୍ ସ୍କୁଲ୍ସ ଶ୍ରୀ ଉଦୟ ସିଂ ମାଝି ବିଦ୍ୟାଳୟର ଶିକ୍ଷାଗତ ଉନ୍ନତି ଓ ସଫଳତାକୁ ପ୍ରଶଂସା କରିଥିଲେ । ସହ ଶିକ୍ଷକ ସୁନିଲ ହେର୍ଣ୍ଣ। ଅତିଥି ମାନଙ୍କୁ ମଞ୍ଚକୁ ସ୍ଵାଗତ କରିଥିବା ବେଳେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ସହ ଶିକ୍ଷକ ହରେକୃଷ୍ଣ ମେହେର ଓ ଶିକ୍ଷା, କ୍ରୀଡା ଓ ସାଂସ୍କୃତିକ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଶିଷ୍ଟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀ,ସମ୍ମାନିତ ଅତିଥି ଭାବରେ ପୁଷ୍ପାଞ୍ଜଳି ଗୁଆଲ ( ଜିଲ୍ଲାପରିଷଦ ସଦସ୍ୟା ), ସୁନିଲ କୁମାର ସାମଲ ( ଡବ୍ଲୁ ଇ ଓ ,ସିନାପାଲି), ନଙ୍ଗଲବଡ ସରପଞ୍ଚ ଜଗଦୀଶ ମାଝୀ, ସି ଆର ସି ସି ତରୁଣ କୁମାର ମେହେର, ଏସ ଏମ ସି ଚେୟାରମେନ ହଳଧର ମାଝୀ,ଗିରିରାଜ୍ ମାଝୀ ଓ ଖଇରପଦର୍ ଆଶ୍ରମ ପ୍ରଧାନ ଶିକ୍ଷକ ଗଙ୍ଗା ବାଗ ଉପସ୍ଥିତ ଥିଲେ । ସନ୍ଧ୍ୟା ୪ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଦେଶଭକ୍ତିମୟ ଗୀତ, ଲୋକନୃତ୍ୟ, ସଙ୍ଗୀତ ଓ ନାଟକ ( ମାଆ ର ମମତା ) ମାଧ୍ୟମରେ ଛାତ୍ରଛାତ୍ରୀମାନେ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ଉପସ୍ଥିତ ଅଭିଭାବକ ଓ ଅତିଥିମାନେ କାର୍ଯ୍ୟକ୍ରମକୁ ବହୁତ ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମରେ ସହ ଶିକ୍ଷକ, ଡିଗ୍ରେ ରାଜ ସା, ଡିଙ୍ଗର ସୁନାନି, ସହଦେବ ମାଝୀ, ଅଣ ଶୈଖିକ କର୍ମଚାରୀ ଶ୍ରୀମତୀ ପାଦୁକା ଜଗତ, ଶୋଭା ମାଝୀ, ଓଁକାର ମାଝୀ, ଅନୁସୁୟା ମାଝୀ, ଦୂର୍ମିଲା ମାଝୀ, ହେମଙ୍ଗିନି ବାଗ ବିଶେଷ ସହଯୋଗ ପ୍ରଦାନ କରିଥିଲେ ।
ଶେଷରେ ପ୍ରଧାନଶିକ୍ଷକ ଧନ୍ୟବାଦ ଜ୍ଞାପନ କରି ସଭାର ସମାପ୍ତି ଘୋଷଣା କରିଥିଲେ ।
ଏହି ବାର୍ଷିକ ଉତ୍ସବ ବିଦ୍ୟାଳୟର ଏକତା, ଶୃଙ୍ଖଳା ଓ ସୃଜନଶୀଳତାର ଉତ୍କୃଷ୍ଟ ପ୍ରତିଚ୍ଛବି ପ୍ରଦାନ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ