ନଜରରେ ପାରାଦୀପ ବିଧାନସଭା

ରାଜ୍ୟର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ପାରାଦୀପରେ ହେବ କଡା ଟକ୍କର । ତିନି ପ୍ରମୁଖ ରାଜନୈତିକ ଦଳ ନିଜର ପାର୍ଥୀ ଘୋଷଣା କରିସାରିବାପରେ ପାରାଦୀପ ବିଧାନସଭା କ୍ଷେତ୍ର କାହାର ହେବ ତାହାକୁ ନେଇ ଚର୍ଚା ବଢିଯାଇଛି । ପାରାଦୀପ ବିଧାନସଭା ଆସନ ପାଇଁ ପୁର୍ବତନ ବିଜେଡିର ନେତା ଦାମ ରାଉତଙ୍କର ପୁତ୍ର ସମ୍ବିଦ ରାଉଦଙ୍କୁ ଦଳ ପାର୍ଥୀ କରିଥିବା ବେଳେ ଜାତୀୟ କଂଗ୍ରେସରୁ ପାର୍ଥୀ ହୋଇଛନ୍ତି ବାପି ସର୍କଲ । ସେପଟେ ବିଜେପି ପାର୍ଥୀ କରିଛି ଯୁବ ନେତା ସମ୍ବଦ ସ୍ୱାଇଁ । ରାଜ୍୍ୟ ରାଜନୀତିକୁ ଦୀସା ଦେଉଥିବା ଉପକୁଳ ରାଜନୀତି ଏବେ ସରଗରମ । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ବିଜେଡିରୁ ବହିଷ୍କୃତ ହେବା ପରେ ବିଧାୟକ ଦାମୋଦର ରାଉତଙ୍କର ଲୋକପ୍ରିୟତା ଆଂଶିକ ପରିମାଣରେ କମିଛି । ଦାମ ବାବୁ ପଦ୍ମ ଧରିବା ପରେ ଦଳ ତାଙ୍କୁ ତାଙ୍କର ପୁରୁଣା ନିର୍ବାଚନ ମଣ୍ଡଳୀ ଏରୋସୀମା ବାଲିକୁଦାରୁ ଦଳ ତାଙ୍କୁ ପାର୍ଥୀ କରିଛି । ଅନ୍ୟ ପଟେ ୨୦୧୪ରେ କଂଗ୍ରେସରୁ ପାର୍ଥୀ ହୋଇଥିବା ବାପି ସର୍କଲଙ୍କ ଉପରେ ଦଳ ପୁଣି ଆସ୍ଥା ପ୍ରକଟ କରିଛି । କଂଗ୍ରେସ ୨୦୧୪ରେ ଏହି ନିର୍ବାଚନ ମଣ୍ଡଳୀରେ ଦଶ ପ୍ରତିଶତ ଭୋଟ ବ୍ୟାଙ୍କ ବୃଦ୍ଧି କରିଛି । ଆମେ ଯଦି ବିଶ୍ଳେଷଣ କରିବା ୨୧ ପ୍ରତିଶତରୁ ଅଧିକ ଭୋଟ ରହିଛି । ଅନ୍ୟପଟରେ ଦେଖିଲେ ବିଜେପିର ଚାରିପ୍ରତିଶତ ଭୋଟ ପାଇତିବାରୁ କଂଗ୍ରେସର ବହୁ ପଛରେ ରହିଛି । ସାଧାରଣରେ ଚର୍ଚ୍ଚା ହେଉଛିକି ଏଠି କଂଗ୍ରେସ ବିଜେଡି ମଧ୍ୟରେ ହେବ ମହା ଟକ୍କର । ଚଳିତ ନିର୍ବାଚନରେ ବିଜେଡା ବିଜେପିର ନୁଆଁ ମୁହଁ ରହିଥିବାରୁ କଂଗ୍ରେସର ପୁରୁଣା ତଥା ହେବିବେଟ ନେତା ବାପି ସର୍କଲଙ୍କୁ ପୁଣି ଥରେ ପାର୍ଥୀ କରିଛି ଜାତୀୟ କଂଗ୍ରେସ । ୨୦୧୯ ସାଧାରମ ନିର୍ବାଚନ ଜନତା ଜନାର୍ଦ୍ଦନ କାହା ଉପରେ ଆସ୍ଥା ପ୍ରକଟ କରୁଛନ୍ତି ତାହା ଜଣାପଡିବ ମେ ୨୩ରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ