ନଟିଆ ଓ ଗାଣ୍ଡୁ ଙ୍କ କମେଡି ମାଧ୍ୟମ ରେ ସଚେତନ କରିଲେ ଦୁଇ ଛାତ୍ର

ଛତ୍ରପୁର (ଓ୍ବାଇଏନ୍ଏସ୍) : ନଟିଆ ଓ ଗାଣ୍ଡୁଙ୍କ କମେଡି ଆଜି ଘରେ ଘରେ ପରିଚିତ ବିଶେଷ କରି ଛୋଟ ପିଲା ମାନେ ଏହି କମେଡିକୁ ଦେଖିବାକୁ ଅଧିକ ଭଲ ପାଇଥାନ୍ତି, ତେବେ ଛତ୍ରପୁରର ଦୁଇ କୁନି କୁନି ଛାତ୍ର ନଟିଆ ଓ ଗାଣ୍ଡୁଙ୍କ ସ୍ୱରରେ କରନା ସଚେତନତା ବାର୍ତ୍ତା ଦେଇଥିବା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି, ଛତ୍ରପୁର ଏହି ଦୁଇ କୁନି ଛାତ୍ର ହେଲେ ଛତ୍ରପୁର ସ୍ଥିତ ଲିଟିଲ ଡାଇମଣ୍ଡ ଡ୍ୟାନ୍ସ ସ୍ଟୁଡ଼ିଓର ଶୁଭ୍ରାଂଶୁ ଶେଖର ତ୍ରିପାଠୀ ଓ ୟୋସଧନ ଶତପଥି ସେମାନେ ଏହି ଭିଡ଼ିଓ ମାଧ୍ୟମରେ ସମସ୍ତଙ୍କୁ ଘରେ ସୁସ୍ଥ ରହିବା ସହିତ ଜରୁରୀ ସମୟରେ ପଦାକୁ ଗଲେ ମୁହଁରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି, ଲିଟିଲ ଡାଇମଣ୍ଡ ଡ୍ୟାନ୍ସ ସ୍ଟୁଡ଼ିଓର ନିର୍ଦେଶକ ପ୍ରଶାନ୍ତ କୁମାର ପଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏହି ଦୁଇ ଛାତ୍ର କରୋନା ମୁକାବିଲା ନେଇ ଜନସାଧାରଣଙ୍କୁ ସଚେଚତନା ବାର୍ତ୍ତା ଦେଇଛନ୍ତି, ଶୁଭ୍ରାଂଶୁ ଶେଖର ତ୍ରିପାଠୀ ଶିକ୍ଷକ ମନୋଜ କୁମାର ତ୍ରିପାଠୀଙ୍କ ପୁଅ ହୋଇଥିବା ବେଳେ ଓ ୟୋସଧନ ଶତପଥି ଆଇନଜୀବୀ ଲଷ୍ମୀ ଚରଣ ଶତପଥି ଙ୍କ ପୁଅ ଅଟନ୍ତି,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ