ନଣନ୍ଦର ଗଳା କାଟି ହତ୍ୟା କଲା ଭାଉଜ

ଖୋର୍ଦ୍ଧା : ଭାଉଜକୁ ମା ସହିତ ତୁଳନା କରାଯାଏ । କିନ୍ତୁ ସେହି ଭାଉଜ ନଣନ୍ଦର ଗଳାକାଟି ହତ୍ୟା କରିବା ଘଟଣା ଅଂଚଳରେ ବେଶ ଚାଞ୍ଚଲ୍ୟ ଖେଳାଇଦେଇଛି । କେବଳ ନଣନ୍ଦକୁ ଗଳା କାଟି ହତ୍ୟା କରିବା ଘଟଣା ପୋଲିସ ଓ ପରିବାର ସମେତ ଅଂଚଳ ବାସୀଙ୍କୁ ଯେତିକି ଆଚମ୍ବିତ କରିଦେଇଛି ସେହି ଘଟଣାକୁ ଅଭିଯୁକ୍ତା ଭାଉଜ ନିଜ କୁ ଦୋଷ ମୁକ୍ତ କରିବା ନିମନ୍ତେ ପ୍ରେମର ରଙ୍ଗ ଦେବା ଘଟଣା ଅଂଚଳରେ ବେଶ ଚାଞ୍ଚଲ୍ୟ ଖେଳାଇଦେଇଛି । ଶେଷରେ ପ୍ରେମିକ ଙ୍କୁ ଥାନାକୁ ଆଣି ନାକେଦମ କରିବା ସହ କୈାଣସି ଠୋସ ପ୍ରମାଣ ତଥ୍ୟ ହାସଲ କରିପାରିଲା ନଥିଲା ପୋଲିସ ।ଏହା ପରେ ପୋଲିସର ସଂନ୍ଦେହ ଘେରକୁ ଆସିଥିଲା ଭାଉଜ । ପୋଲିସ ବିଳମ୍ବ ନକରି ରାତିରେ ହିଁ ଭାଉଜ କାବେରୀକୁ ଥାନାରେ ଆଣି ଜେରା କରିଥିବା ବେଳେ ଅଭିଯୁକ୍ତା ଭାଉଜ ଠାରୁ ତଥ୍ୟ ହାସଲ କରିଥିବା ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ସୁଚନା ଦେଇଛନ୍ତି । ମିଳିଥିବା ଖବର ଅନୁଯାୟୀ ବାଲୁଗାଁ ଥାନା ଅନ୍ତର୍ଗତ ଗଙ୍ଗ ନଗର ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ପୁଅ ଗତ ୫ ମାସ ତଳେ ପ୍ରେମ ବିବାହ କରିଥିଲେ । କିନ୍ତୁ ପୁଅର ପ୍ରେମ ବିବାହକୁ ପରିବାର ଲୋକ ଅନୁମତି ଦେଉନଥିବା ବେଳେ ନଣନ୍ଦ ଓ ଭାଉଜଙ୍କ ମଧ୍ୟରେ ପ୍ରତିଦିନ ବଚସା ଜାରିରହିଥିଲା । ଏଥ୍‌ô ନିମନ୍ତେ ଗତ କିଛି ଦିନ ତଳେ ନଣନ୍ଦ ଓ ଭାଉଜଙ୍କ ମଧ୍ୟରେ ପ୍ରବଳ ବଚସା ଲାଗିରହିଥିବାରୁ ଗ୍ରାମ୍ୟ କମିଟି ନିକଟରେ ବିଚାର ହୋଇଥିଲା କେହି ମାଡଗୋଳ କି ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରିବ ନାହିଁ ବୋଲି ନିଷ୍ପତ୍‌ି ହୋଇଥିଲା ।କିନ୍ତୁ ଭାଉଜ ଭିତରେ ଜଳୁଥିଲା ଗତକାଲି ରାତିରେ ଶିବାନୀ ଘରେ ବସି ଟିଭି ଦେଖୁଥିବା ବେଳେ ଭାଉଜ ଓ ନଣନ୍ଦ ମଧ୍ୟରେ କୈାଣସି କାରଣକୁ କେନ୍ଦ୍ରକରି ବଚସା ହୋଇଥିବା ବେଳେ ଏହାକୁ ଗୁରୁତର ଭାବେ ଶିବାନୀ ନନେଇ ସେ ଚ୍ୟାୟରରେ ବସି ଟିଭି ଦେଖୁଥିଲେ । ଠିକ୍ ଏହି ସମୟରେ ଭାଉଜ କାବେରୀ ଶିବାନୀଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟିଥିଲେ ।ଶିବାନୀ ତଳେ ପଡିଯାଇ ଚିତ୍କାର କରିଥିବା ବେଳେ ସାହି ପଡୋଶୀ ଚିତ୍କାର ଶୁଣୀ ପ୍ରଥମେ ଶିବାନୀଙ୍କୁ ବାଲୁାଗାଁ ମେଡିକାଲରେ ଭର୍ତ୍ତିି କରିଥିଲେ ।ସେଠାରେ ତାଙ୍କର ପ୍ରାଥମିକ୍ ଚିକ୍‌ିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ସେଠାରେ ଶିବାନୀଙ୍କୁ ମୃତ ଘୋଷଣା କରିଥିଲେ । ଶିବାନୀ ବାଲୁଗାଁ ମହାବିଦ୍ୟାଳୟର ଯୁକ୍ତ ଦୁଇ ଶ୍ରେଣୀରେ ପାଠ ପଢୁଥିବା ସମୟରେ ଶିକ୍ଷକ ଏକତରଫା ପ୍ରେମ କରିବା ସହ ସେ ପ୍ରେମ ନିବେଦନ କରିଥିଲେ । କିନ୍ତୁ ଏଥ୍‌ôରେ ଶିବାନୀ ରୋକଠୋକ ମନା କରିବା ସହ ପରିବାର ଲୋକଙ୍କୁ କହିଥିଲେ ।ଏହା ପରେ ଶିକ୍ଷକ ଓ ତାଙ୍କ ପରିବାର ମଧ୍ୟରେ ତିକ୍ତତା ଲାଗିରହିଥିଲା । ଏଥି ନିମନ୍ତେ ଭାଉଜ କାବେରୀ ପ୍ରେମିକ ଶିକ୍ଷକ ,ଦୋଷ ଲଦି ଦେବାକୁ ଚାହୁଁ୍‌ଥିଲା ବୋଲି ଚର୍ଚ୍ଚା ଚାଲିଛି । ପୋଲିସ ଅଭିଯୁକ୍ତା ଭାଉଜ କାବେରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ