ନଣନ୍ଦ-ଭାଉଜ ମଧ୍ୟରେ ରାଜନୈତିକ ବାତାବରଣ ସରଗରମ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଶୀନଗର ବ୍ଲକ ରେ ଥିବା କେ.ସୀତା ପୁର ଗ୍ରାମ ପଞ୍ଚାୟତ ରେ ଭାଉଜ ଓ ନଣନ୍ଦ ଙ୍କ ମଧ୍ୟରେ କଡା ମୁକାବିଲା ହେବ ।କେ ସୀତା ପୁର ଗ୍ରାମ ପଞ୍ଚାୟତଟି ରାଜନୈତିକ ଦୃଷ୍ଟି କୋଣରୁ ଅନ୍ୟ ପଞ୍ଚାୟତ ଠାରୁ ଭିନ୍ନ । ଏକଦା ଦାରପୁ ପରିବାର ଏହି ପଞ୍ଚାୟତ କୁ କବଜାରେ ରଖିଆସୁଥିଲେ । ଗୋଟିଏ ପଟ ନଣନ୍ଦଓଭାଉଜ ବର୍ତ୍ତମାନ ସମିତିସଭ୍ୟା ପାଇଁ ପ୍ରତିଦ୍ୱନ୍ଦିତା କରିଛନ୍ତି ଜଣେ ଦରାପୁ ଅର୍ଚ୍ଚନା ଓ ଜଣେ ବାଲା ସାୟମ୍ମା ଜଣେ ବିଜେପି ବିଧାୟକ ନାରାୟଣ ରାଓ ଙ୍କ ଦୃଢ଼ ସମର୍ଥକ ହୋଇଥିବା ବେଳେ ଆଉଜଣେ ବିଜେଡ଼ି ତଥା ସରକାରୀ ଦଳ ର ସମର୍ଥିତ ପ୍ରାର୍ଥୀ ଅଟନ୍ତି। ଗତ ନିର୍ବାଚନ ରେ କଂଗ୍ରେସ୍ ୧୪୦୦ ଭୋଟ ପାଇଥିଲା।କେ ସୀତା ପୁର ପଞ୍ଚାୟତ ରେ ୬୦୦୦ ରୁ ଭୋଟର ଅଛନ୍ତି । କିନ୍ତୁ ବର୍ତ୍ତମାନ ସ୍ଥିତି ରେ କଂଗ୍ରେସ୍ ର କିଛି ନାହିଁ । ବିଜେପି ର ମଧ୍ୟ ସୁବିଧା ଜନକ ସ୍ଥିତି ରେ ନାହିଁ । ବିଜେଡ଼ି କେ ସୀତା ପୁର ଗ୍ରାମ ଦେବ ଦଲା ସିଙ୍ଗାପୁର ମିନିଗମ ଇତ୍ୟାଦି ଗ୍ରାମ ରେ ଭଲ ସ୍ଥିତି ରେ ଅଛି।ଏଣୁ ଆଗାମୀ କିଛି ଦିନରେ ଚିତ୍ର ଶ୍ଵଷ୍ଟ ହେବବୋଲି ଜଣାପଡ଼ିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ