ନଦୀକୁ ଖସିଲା ବସ୍: ୨୭ ମୃତ
ପାଲେମବାଙ୍ଗ: ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ପ୍ରଦେଶ ଅନ୍ତର୍ଗତ ଉପାନ୍ତ ପଗାର ଆଲମ ଅଞ୍ଚଳରେ ଏକ ବସ ୫୦୦ ଫୁଟ ନଦୀ ଭିତରକୁ ଖସିବାରୁ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୭ ଜଣଙ୍କ ପ୍ରାଣହାନି ଘଟିଛି । ଅନେକ ଯାତ୍ରୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ସ୍ଥାନୀୟ ପୁଲିସ ମୁଖ୍ୟ ଡୋଲି ଗୁମରାଙ୍କ କହିବାନୁଯାୟୀ ଦୁର୍ଘଟଣାରେ ଅନ୍ୟ କୌଣସି ଗାଡ଼ିର ଭୂମିକା ନଥିଲା । ଦୁର୍ଘଟଣାଗ୍ରସ୍ତ ବସରେ ଅପେକ୍ଷାକୃତ ଅଧିକ ଯାତ୍ରୀ ଯାଉଥିଲେ । ଅନେକ ପାଣିରେ ଏବେ ବି ନିଖୋଜ ଥିବା ବେଳେ ତଲାସି କାର୍ଯ୍ୟ ଜାରି ରହିଥିବା ସେ କହିଛନ୍ତି ।


