ନଦୀମୁଠା ଅଞ୍ଚଳରେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା

ର. ଉଦୟଗିରି, (ଦେବାଶିଷ କାର୍ଜି):ଏପରି ଏକ ନିଆରା ପରିବେଶ ଦେଖିବାକୁ ମିଳିଛି ଗଜପତିଜିଲ୍ଲା ନୂଆଗଡବ୍ଲକର ନଦୀମୁଠା ଅଞ୍ଚଳରେ। ଓଡିଶାରେ ଆଗରୁ ବୋଧେ କେବେ  କେଉଁଠି କୌଣସି ଦଳ ପାଇଁ ଏମିିତିକା ପରିବେଶ ଘଟିିଥିବକି ନାହିଁ ,ଯାହା କହି ହେବନି, ତାହା ଘଟିଛି,ଏଇ ଗଜପତିରେ। ଗଜପତି ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ବିଜେଡି ସରକାରଙ୍କ ଦ୍ବାରା ପ୍ରତି ଗାଁରେ ମନ୍ଦିର ,ଚର୍ଚ୍ଚ, ମଣ୍ଡପ ଓ କୋଠଘର ନିର୍ମାଣ ସହ ପୁନଃରୁଦ୍ଧାର ଲାଗି ୧୮ କୋଟି ଟଙ୍କାର ନୂଆ ଅନୁଦାନ ରାଶି। ଆଟିଲାମାକୁ ୨୦ ଲକ୍ଷ, ବୁର୍ଖାପାଟାକୁ ୧୦ ଲକ୍ଷ, ପାଟାଙ୍ଗ ପଦରକୁ ୧୦ ଲକ୍ଷ, ଅନୁଗୁରକୁ ୭ ଲକ୍ଷ ଓ ତିଲକରକୁ ୭ ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ଜାଣି ଗାଁରେ ଖୁସିର ଲହର ଦେଖିବାକୁ ମିଳିଛ।  ତା ସହିତ ଏଇ ପାହାଡି ବାସୀଙ୍କ ଗୁହାରି ଶୁଣି ତୁରନ୍ତ ଅଞ୍ଚଳରେ ବିଏସଏନଏଲ ନେଟଓ୍ବାର୍କ ସେବାର ଶୁଭାରମ୍ଭ କରିଦିଆଯାଇଛି। ତେଣୁ ନୂଆଗଡ ବ୍ଲକର ଆଜି ଏଇ ୫ ଗୋଟି ଗ୍ରାମବାସୀ ଏକଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଉପ ସଭାପତି ଜେମସ ରାଇକା, ସମ୍ପାଦକ ଜଖିୟ ରଇତ,ସାଂସଦ ପ୍ରତିନିଧି ରିଙ୍କୁ ପାଣି,ବ୍ଲକ ସଭାପତି ଯୋହନ ମାଝୀ,ଏସଡିସି ମେମ୍ବର, କ୍ରିଷ୍ଣା ବାବୁଙ୍କ ଓ ବିଜେଡିର କର୍ମୀମାନଙ୍କୁ ପାରମ୍ପାରିକ ବାଦ୍ୟନୃତ୍ୟ ସହ ପୁଷ୍ପଗୁଚ୍ଛ, ଫୁଲମାଳ ଏବଂ ଉପଢୌକନ ଦେଇ ଅତିଥିମାନଙ୍କୁ  ସ୍ବାଗତ ଓ ସମ୍ବର୍ଦ୍ଧନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ