ନଦୀରୁ ମୃତ ଶିଶୁକନ୍ୟା ଉଦ୍ଧାର

ହାଟଡ଼ିହି (ଓ୍ବାଇଏନ୍ଏସ୍) : ବୈତରଣୀ ନଦୀର କରଗୋଳା ବାଲିଶଯ୍ୟାରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି । ନବଜାତ ଶିଶୁକନ୍ୟାକୁ କେହି ଜନ୍ମଦେଇ ତିନିଚାରିଦିନ ତଳୁ ପୋତି ଦେଇଥିବା ଭଳି ଜଣାପଡୁଛି । କୁକୁର କି ବିଲୁଆ ବାଲି ଖୋଳିଦେବାରୁ ଶିଶୁକନ୍ୟାଟିର ମୃତଦେହଟି ଆଜି ପଦାକୁ ବାହାରି ପଡିବାରୁ କିଛି ପିଲା ଆଜି ସନ୍ଧ୍ୟାରେ ନଦୀଆଡେ ବୁଲିବାକୁ ଯାଇଥିବାବେଳେ ଏହାକୁ ଦେଖିବାକୁ ପାଇଥିଲେ । ଏନେଇ ଚୌକିଦାରଙ୍କ ପକ୍ଷରୁ ପୁଲିସକୁ ସୁଚନା ଦିଆଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ