ନଦୀରୁ ଯୁବକର ମୃତ୍ୟୁଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ
କେନ୍ଦ୍ରାପଡା : ସଦରଥାନା ଅନ୍ତର୍ଗତ କୁଶିଆପାଳ ଗ୍ରାମନିକଟ ଗୋବରୀନଦୀ ପାଣିରୁ ଶନିବାର ରାତିରୁ ଘରୁ ନିଖୋଜ ଥିବା ସେହି ଗ୍ରାମର ପ୍ରସନ୍ନ ନାୟକ(୩୮)ଙ୍କ ମୃତ ଦେହ ରବିବାର ଉଦ୍ଧାର କରାଯାଇଛି । ମୃତକର ସ୍ତ୍ରୀ ସୁଜାତା ନାୟକ ରବିବାର ସଦରଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ପ୍ରସନ୍ନକୁ ହତ୍ୟା କରାଯାଇଛି ବୋଲି । ସଦରଥାନା ପୋଲିସ ଏ ସମ୍ପର୍କରେ ୩୦/୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି । ମୃତଦେହକୁ ବ୍ୟବଚ୍ଛେଦପାଇଁ ଜିଲା ମୁଖ୍ୟଚିକିତ୍ସାଳୟକୁ ପଠାଯାଇଥିବା ସଦରଥାନା ଭାରପ୍ରାପ୍ତ ଅଧିକାରୀ ମହେଶ୍ୱର ସେଠୀଙ୍କଠାରୁ ସୂଚନା ମିଳିଛି ।


