ନଦୀରେ ବୁଡ଼ି ଯୁବକ ମୃତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂ୍ଭଂଜ ଜିଲ୍ଲାର ରାଇରଙ୍ଗପୁର ପୋଲିସ ସର୍କଲ ଅଧିନସ୍ଥ ତିରିଂ ଥାନା ଅନ୍ତର୍ଗତ କୁଲୁଘୁଟୁ ପଞ୍ଚାୟତର ମୁଡାଗାଁ ଗାଁ ର ମୁରୁଜ ହେମ୍ବ୍ରମ ର ୧୫ ବର୍ଷୀୟ ନାବାଳକ ସାନପୁଅ  ରବିବାର ଦିନ ଖରାବେଳେ ଗାଁ ପାଖ ଦେଇ ବହି ଯାଇଥିବା ଖଡଖାଈ ନଦୀରେ ଶୌଚ କରିବାକୁ ଯାଇ ପାଣିରେ ବୁଡି ମରିବା ଭଳି ଅଭାବନୀୟ ଦୁଃଖଦ ଘଟଣା ଘଟିଯାଇଛି ।ଘରକୁ ଫେରିବାର ବିଳମ୍ବ ହେବାରୁ ଗାଁ ଲୋକଙ୍କ ସହ ପରିବାର ଲୋକେ ଖୋଜାଖୋଜି କରି ନଦୀରୁ ଉଦ୍ଧାର କରିଥିଲେ,ପରେ ମୃତକଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ , ଆଜି  ଶବ ବ୍ୟବଚ୍ଛେଦ କରାଯିବ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି ।ଖବର ପାଇ ମୃତକ ପରିବାରକୁ ସମବେଦନା ଜଣାଇବା ପାଇଁ ତିରିଂ ଜିଲ୍ଲା ସଦସ୍ୟ ସମାଜସେବୀ ପରେଶ ମୁଣ୍ଡା,କୁଲୁଘୁଟୁ ସରପଞ୍ଚ ଚାମ୍ବୁରୁ ହେମ୍ବ୍ରମ ରାଇରଙ୍ଗପୁର ହସ୍ପିଟାଲକୁ ଛୁଟି ଆସିଥିଲେ ।ତାଙ୍କ ଦ୍ବାରା ଯେତିକି ସହଯୋଗ କରାଯାଇପାରିବ ସେମାନେ ସହଯୋଗ କରିବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ