ନଦୀରେ ବୁଡି ନବମ ଶ୍ରେଣୀ ଛାତ୍ରର ମୃତ୍ୟୁ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଦେବୀନଦୀକୁ ତିନି ଜଣ ସାଙ୍ଗ ଗାଧୋଇବାକୁ ଯାଇ ନଦୀରେ ବୁଡି ଜଣେ ନବମ ଶ୍ରେଣୀ ଛାତ୍ରର ଗୁରୁବାର ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଂଚଳର ବଛାଳୋ ଗ୍ରାମରେ । ମୃତକ ଜଣକ ହେଉଛନ୍ତି ଭରତ ଚନ୍ଦ୍ର ଦାସଙ୍କ ଏକ ମାତ୍ର ପୁଅ ଅଭିଜିତ(୧୪) । ସେ ବଛାଳୋ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଅଟନ୍ତି । ଆଜି ପୂର୍ବାହ୍ନ ସମୟରେ ଅଭିଜିତ ଓ ତା’ର ଦୁଇ ସାଙ୍ଗ ମିଶି ଦେବୀନଦୀକୁ ଗାଧୋଇବାକୁ ଯାଇଥିଲେ । ହଠାତ୍ ନଦୀରେ ସ୍ରୋତ ହେବାରୁ ଅଭିଜିତ ନଦୀ ଭିତରକୁ ଭାସି ଯାଉଥିବା ବେଳେ ଅନ୍ୟ ଦୁଇ ଜଣ ସାଙ୍ଗ ତାକୁ ଉଦ୍ଧାର କରିବାକୁ ଚେଷ୍ଟା ଜରିଥିଲେ । ହେଲେ ସେମାନେ ବି ନଦୀରେ ବୁଡି ଯାଉଥିବା ଜାଣି ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କର ପାଟି ଶୁଣୀ ଉଦ୍ଧାର କରିବା ପାଇଁ ଚେଷ୍ଠା କରିବା ସହିତ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଗ୍ରାମବାସୀ ଦୁଇ ଜଣକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଅଭିଜିତକୁ ଉଦ୍ଧାର କରିପାରିନଥିଲେ । ପ୍ରାୟ ଏକ ଘଂଟା ପର୍ଯ୍ୟନ୍ତ ନଦୀରେ ଖୋଜାଖୋଜି କରିବା ପରେ ଅଭିଜିତ୍‌କୁ ଉଦ୍ଧାର କରି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ସମଗ୍ର ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପଟରେ ନାଉଗାଁ ପୋଲିସ ଖବର ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ