ନଦୀରେ ବୁଡି ବୃଦ୍ଧ ମୃତ
ଯାଜପୁର,(ଯୁଗାବ୍ଦ ନ୍ୟୁଜ୍): ଯାଜପୁର ଜିଲ୍ଲା ବାସୁଦେବପୁର ପଂଚାୟତ ଗୋବିନପୁର ଗ୍ରାମରେ ଏକ ଦୁଖଦ ଘଟଣା ଘଟିଛି । ବୁଢା ନଦୀରେ ଗାଧେଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଙ୍କ ପରିଚୟ ଗ୍ରାମର ରଙ୍କ ବେହେରା ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ରବିବାର ସକାଳେ ବୁଢା ନଦରେ ଗାଧେଉଥିବା ବେଳେ ହଠାତ୍ ପାଦ ଖସି ଯିବାରୁ ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିଲା ।ବହୁ ସମୟ ଧରି ଘରେ ରଙ୍କ ବେହେରା ପହଞ୍ଚିନଥିବାରୁ ବହୁ ଖୋଜା ଖୋଜି କରିଥିବା ବେଳେ ଗ୍ରାମବାସୀ ବୃଦ୍ଧଙ୍କୁ ଧରି ପାଣିରୁ ଉଦ୍ଧାର କରି ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରିଥିଲେ । ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟେବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଛି । ଶବ ବ୍ୟେବଚ୍ଛେଦ ପରେ ତାଙ୍କ ପରିବାରକୁୂ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।