ନଦୀରେ ବୁଡି ଯୁବକ ମୃତ

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌): ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମରେ ନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗାଙ୍ଗପୁର ଥାନା ଅନ୍ତର୍ଗତ ଦହିମୁଣ୍ଡୁଳି ଗ୍ରାମର କାଳୁଚରଣ ନାୟକଙ୍କ ପୁଅ ସୁଧାଂଶୁ ଶେଖର ନାୟକ(୨୩),ତାଙ୍କ ମାମୁଁ ଘର ଖୁକୁଣ୍ଡିଆ ଗ୍ରାମରେ ନିକଟସ୍ଥ ବଡନଦୀକୁ  ଆଜି ସକାଳେ ୧୦.୩୦ମିନଟ ସମୟରେ ଗାଧୋଇବା ପାଇଁ ଯାଇଥିବା ବେଳେ  ବୁଡିଯାଇଥିଲେ । ତାଙ୍କୁ ସେଠାରେ ଉଦ୍ଧାର କରି ଗୋବରା ଡାକ୍ତରଖାନା ଅଣାଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଭଞ୍ଜନଗର ଡାକ୍ତରଖାନାରେ ଶବ ବ୍ୟବଛେଦ କରାଯାଇ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।ସୁଧାଂଶୁର ପିତା କାଳୁଚରଣ ସୁରତରେ ରହୁଥିବାରୁ ତାଙ୍କ ମାମୁଁ ଖୁକୁଣ୍ଡିଆ ଗ୍ରାମର ପ୍ରଫୁଲ ପ୍ରଧାନଙ୍କ ଏତଲା ପ୍ରକାରେ ଗାଙ୍ଗପୁର ପୋଲିସ ୧/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ତଦନ୍ତକାରୀ ଅଧିକାରୀ ଆର୍.କେ ସାହୁ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ