ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ
ଛତ୍ରପୁର : ଋଷିକୁଲ୍ୟା ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ । ମୃତ ବୃଦ୍ଧା ଜଣକ ଛତ୍ରପୁର ଥାନା ଅନ୍ତର୍ଗତ ହଂସପୁର ଗ୍ରାମର ଧୋବା ସାହିର ଶ୍ୟାମ ସେଠୀଙ୍କ ଧର୍ମପତ୍ନୀ ଦୁଃଖୀ ସେଠୀ (୬୫) ଅଟନ୍ତି । ମୃତ ଦୁଃଖୀ ସେଠୀ ଗୁରୁବାର ନିଜ ବାରି ପଟ ସକାଳ ସାଢେ ୯ଟାରେ ଋଷିକୁଲ୍ୟା ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗଣ୍ଡରେ ବୁଡ଼ି ଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଛତ୍ରପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଛତ୍ରପୁର ମେଡ଼ିକାଲରେ ଡ଼ାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କର ତିନୋଟି ପୁଅ ଅଟନ୍ତି । ସେ ଜଣେ ମେଳାପି, ପରୋପକାରୀ, ବନ୍ଧୁବାତ୍ସଲ୍ୟ ଅଟନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରକାଶ କରିଛନ୍ତି ।