ନଦୀରେ ଭାସିଗଲେ ୫ ଯୁବତୀ, ୪ ଉଦ୍ଧାର,ଜଣେ ନିଖୋଜ
ହିଂଜିଳିିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ଥାନା ତଥା ଶେରଗଡ଼ ବ୍ଳକ କାଂଜିଆମା ଗ୍ରାମରେ ରବିବାରେ ସକାଳେ ଘଟିଛି ଅଘଟଣ । ଖୁଦୁରିକଣା ଓଷା କରିବା ଲାଗି ଗ୍ରାମର ବହୁ ଯୁବତୀ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀକୁ ସ୍ନାନ କରିବା ପାଇଁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ୫ ଯୁବତୀ । ଉପସ୍ଥିତ କିଛି ବ୍ୟକ୍ତି ୪ ଯୁବତୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ଜଣେ ଯୁବତୀ ନିଖୋଜ ଅଛନ୍ତି । ପ୍ରକାଶ ଯେ, ହିଂଜିଳି ଥାନା କାଂଜିଆମା ଗ୍ରାମର ବହୁ ଯୁବତୀ ଖୁଦୁରିକଣା ଓଷା କରିବା ଲାଗି ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀକୁ ସ୍ନାନ କରିବା ପାଇଁ ଯାଇଥିବା ବେଳେ ୫ ଜଣ ଯୁବତୀ ଅସାବଧାନବଶତଃ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଉପସ୍ଥିତ ଅନ୍ୟ ଯୁବତୀ ମାନେ ଚିକ୍ରାର କରିବାରୁ ନଦୀ ନିକଟରେ ଉପସ୍ଥିତ ଗ୍ରାମର କିଛି ବ୍ୟକ୍ତି ନଦୀ ମଧ୍ୟରେ ପଶି ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ସେମାନେ ହେଲେ ପୂଜା ବେହେରା, ଲିଜା ବେହେରା, ପୂଜା ଜେନା, ରୁପାଲି ବେହେରା । ଅନ୍ୟ ଜଣେ ଯୁବତୀ ନଦୀର ପ୍ରଖର ସ୍ରୋତର ଭାସି ଯାଇଥିଲେ । ନିଖୋଜ ଯୁବତୀ ଜଣକ ସିଲି ବେହେରା(୧୮) । ଖବର ପାଇ ହିଂଜିଳିକାଟୁ ଦମକଳ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପଂହଚି ଘଟଣାର ତଦନ୍ତ କରିଥିଲେ । ଦୀର୍ଘ ୬ ଘଂଟା ଧରି ଦମକଳ ବାହିନୀ କର୍ମଚାରୀ ମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ ମଧ୍ୟ ନିଖୋଜ ଯୁବତୀର ସନ୍ଧାନ ମିଳି ପାରିନଥିଲା । ଉଦ୍ଧାର ଯୁବତୀଙ୍କୁ ଚିକିତ୍ସା ସକାଶେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଦ୍ଧାର ଯୁବତୀଙ୍କୁ ଘରକୁ ଛାଡ଼ି ଦିଆଯାଇଛି । ଖବର ଲେଖା ହେବା ସୁଦ୍ଧା ନିଖୋଜ ଯୁବତୀଙ୍କ ସନ୍ଧାନ ମିଳିପାରିନାହିଁ । ଖବର ପ୍ଧବ ଶେରଗଡ଼ ବିଡ଼ିଓ ସୁରଂଜନ ସାହୁ ଘଟଣା ସ୍ଥଳରେ ପଂହଚି ନିଖୋଜଯୁବତୀଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।