ବେଦାନ୍ତ କର୍ମଚାରୀଙ୍କ ମୃତ ଦେହ ଠାବ
କଳାହାଣ୍ଡି,(ୱାଇଏନ୍ଏସ୍): ନଦୀରେ ଭାସିଯାଇ ନିଖୋଜ ବେଦାନ୍ତ କର୍ମଚାରୀ ଙ୍କ ମୃତଦେହ ଟାଙ୍ଗନକନା ଡ୍ୟାମ ରୁ ଉଦ୍ଧାର କରାଯାଇଛି | କଳାହାଣ୍ଡି ଜିଲ୍ଲା ବେଦାନ୍ତ ରେ କାର୍ଯରତ କର୍ମଚାରୀ ପ୍ରତ୍ୟୁଷ କୁମାର ପ୍ରଧାନ ଗତ ୧ ତାରିଖ ରୁ ନିଖୋଜ ଥିଲେ ଏନେଇ ବେଦାନ୍ତ ପକ୍ଷରୁ ଲାଞ୍ଜିଗଡ ଥାନା ରେ ନିଖୋଜ ଅଭିଯୋଗ ପରେ ପୋଲିସ ସନ୍ଧାନ କରିଥିଲେ ପ୍ରଥମେ ପ୍ରତ୍ୟୁଷ ଙ୍କ କାର ନିକଟସ୍ଥ ଟାଙ୍ଗନକନା ଡ୍ୟାମ ନିକଟରେ ଥିବା ଦେଖି ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହାୟତା ରେ ଡ୍ୟାମ ରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ଡ୍ୟାମ ର ୧୫ ଫୁଟ ଗଭୀର ପାଣି ରୁ ପ୍ରତ୍ୟୁଷ ଙ୍କ ମୃତଦେହ ୩ ତାରିଖ ସନ୍ଧ୍ୟାରେ ଠାବ ହୋଇଛି ତେବେ ସେ କେମିତି ଡ୍ୟାମ ରେ ବୁଡିଲେ ତାହା ସ୍ପଷ୍ଟ ହୋଇନାହିଁ | ଏହା ପଛରେ କିଛି ଅନ୍ୟ କାରଣ ରହିଛି ତାହା ପୋଲିସ ତଦନ୍ତ କରୁଛି ତେବେ ମୃତ କର୍ମଚାରୀ କନ୍ଧମାଳ ଜିଲ୍ଲା ର ବୋଳି ସୂଚନା ମିଳିଛି |