ନଦୀରେ ଭାସିଯାଇ ନିଖୋଜ ଯୁବକର ମୃତଦେହ ଠାବ

କଳାହାଣ୍ଡି,(ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନସ୍ଥ ବଡବୋଫଲା ଗାଁର ୩୨ ବର୍ଷୀୟ ଯୁବକ ନିରଞ୍ଜନ ନାଏକ ଗତ ଅଗଷ୍ଟ ୧୯ ତାରିଖରେ ରାୟଗଡା ଜିଲ୍ଲା କାଶିପୁର ଥାନା ଅନ୍ତର୍ଗତ ଜାମଗୁଡା ଗାଁର ନିଜ ଭଉଣୀ ଘରକୁ ଯାଉଥିଲେ ହେଲେ ପେଟଫୁଲା ନଦୀର କୁକୁଡାଗାଡ ଘାଟରେ ପାରି ହେଉଥିବା ବେଳେ ନଦୀ ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିଲେ । ଦୀର୍ଘ ପନ୍ଦର ଦିନର ଖୋଜାଖୋଜି ପରେ ଗତକାଲି ଗୁରୁବାର ମଧ୍ୟାହ୍ନ ସମୟରେ ପେଙ୍ଗଢୁସି ନିକଟ ଇନ୍ଦ୍ରାବତୀ ଓ ପେଟଫୁଲା ନଦୀର ସଙ୍ଗମ ସ୍ଥଳରୁ ଅଳ୍ପ କିଛି ଦୁରରେ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଲୋକେ ଏହାପରେ ମୃତକଙ୍କ ସମ୍ପର୍କୀୟ ଓ ତାଙ୍କ ପରିବାର ଲୋକଙ୍କୁ ଏହି ବିଷୟରେ ସୂଚନା ଦେଇଥିଲେ ପରେ ପରିବାର ଲୋକେ ଏନେଇ ଥୁଆମୂଳ ରାମପୁର ପୋଲିସକୁ ସୂଚନା ଦେଇଛନ୍ତି । ପୋଲିସ ସେଠାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ