ନଦୀରେ ଭାସିଯାଇ ଯୁବକ ମୃତ

ନୟାଗଡ,(ଯୁଗାବ୍ଦ ନ୍ୟୁଜ୍‌): ନୟାଗଡ ଜିଲ୍ଲା ଓଡଗାଁ ଥାନା ଗୁଁଆଦ ଗ୍ରାମରେ ଜଣେ ଯୁବକ ନଦୀରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।ମୃତକ ଜଣକ ପରିଚୟ ଗୁଆଁଦ ଗ୍ରାମର ଗଣେଷ ନାୟକ ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ଗଣେଷ ଶୈାଚ ହେବାକୁ ନଦୀକୁ ଯାଇଥିଲେ କିନ୍ତୁ କୈାଣସି କାରଣରୁ ପାଦ ଖସିଯିବାରୁ ସେ ନଦୀରେ ଭାସିଯାଇଥିଲେ । ନିକଟରେ ଥିବା ଲୋକ ମାନେ ଦେଖି ଯୁବକଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ତାଙ୍କୁ ଓଡଗାଁ ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ରରେ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ