ନଦୀରେ ଭାସୁଥିବା ମୃତଦେହ ଉଦ୍ଦାର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ଖଡଗନଦୀକୁଳ ଲାଇନପାଲି ଠାରେ ଜଣଙ୍କ ମୃତଦହେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ ଓ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ନଦୀଭିତରୁ କାଡି ଉପଖଣ୍ଡ ଚିକିତ୍ସାଳୟକୁ ଶବବ୍ୟବଛେଦ ପାଇଁ ପଠାଇଛନ୍ତି । ଏହାପରେ ମୃତ ଲୋକର ସନ୍ଧାନ ମିଳିଥିଲା । ମୃତ ଲୋକର ଘର କ.ନୁଆଗାଁ ଥାନା ଅନ୍ତର୍ଗତ ଗାଡିପଦର ଗ୍ରାମର ଡୁରୁଙ୍ଗା ପ୍ରଧାନ(୩୫) ।ଏହି ଯୁବକଟି ଗତ ରାକ୍ଷୀପୁର୍ଣ୍ଣିମା ତା ୧୧/୮ରିଖ ଠାରୁ ନରୁଦିଷ୍ଟ ଥିଲେ । ଏହାକୁ ନେଇ ପରିବାର ଲୋକେ ଦୁଇଦିନ ଖୋଜାଖୋଜି କରିବା ପରେ ନମିଳିବାରୁ କ.ନୁଆଗାଁ ଥାନରେ ୧୩/୮/୨୨ରିଖ ଦିନ ନିରୁଦ୍ଦିଷ୍ଟଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏହି ମୃତ ବ୍ୟକ୍ତିକୁ ଖୁଜାଖୋଜି କରୁଥିଲା । ଗତକାଲି ୧୫ ତାରିଖ ଦିନ ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ପଂଚାୟତର ଲାଇନପାଲି ନଦୀକୁଳରେ ଭାସୁଥିବା ଦେଖିବାକୁ ମିଳିଥିଲା,ଘଟନାସ୍ଥଳରେ ପୋଲିସ ପହଁଚି ଶବକୁ ଯବତକରି ଶବବ୍ୟବଛେଦ ପାଇଁ ଚିକିତ୍ସାଳୟକୁ ପଠାଇଥିଲେ ବ୍ୟବଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପୋଲିସ ଏହାକୁ ଅପମୃତୁ ମାମଲା ୧୧/୨୨ରେ ମାମଲାରୁଜୁ କରି ତଦନ୍ତ କରାଯାଉଥିବା ସୁଚନା ଦେଇଛନ୍ତ ବାଲିଗୁଡା ଭାରପ୍ରାପ୍ତ ଥାନା ଅଧୀକାରୀ ଲଳିତ ମୋହନ ସାଗର ।