ନଦୀରେ ଵୁଡି ଯୁବକ ମୃତ୍ୟୁ

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ଵନ୍ଦାଳ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଅଞ୍ଚଳରେ ଶୋକ ଖେଳାଇ ଦେଇଛି । ଗ୍ରାମର ଦୈତାରୀ ସାହୁଙ୍କ ପୁଅ ଧନେଶ୍ଵର (୪୫) ଆଜି ଅପରାହ୍ନରେ ଗାଧୋଇବା ପାଇଁ ନିକଟ ବୈତରଣୀ ନଦୀକୁ ଯାଇଥିଲେ।ଘରକୁ ଫେରିବା ଡେରି ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହାରି ଭିତରେ ଧନେଶ୍ଵର ନଦୀରେ ବୁଡିଯାଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ମୃମୂର୍ଷ ଅବସ୍ଥାରେ ଗ୍ରାମବାସୀ ମାନେ ଯୁବକଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସୁଧା ଡାକ୍ତର ସେଠାରେ ଧନେଶ୍ଵରକୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଏକ ମାମଲା ରୁଜୁ କରିଛି।ଯୁବକଙ୍କ ଅକାଳ ମୃତ୍ୟୁକୁ ନେଇ ଗ୍ରାମରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ