ନଦୀର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଅଧିବାସୀଙ୍କୁ ବିନାମୂଲ୍ୟରେ ବାଲି ନେବାକୁ ଅନୁମତି ପ୍ରଦାନ କରାଯାଉ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ଥିବା ନଦୀବନ୍ଧ ଗୁଡିକର ଉଭୟ ପାଶ୍ୱର୍ରେ ବସବାସ କରୁôଥିବା ଅଧିବାସୀମାନଙ୍କୁ ସେହି ନଦୀରେ ଥିବା ବାଲିକୁ ବିନା ମୂଲ୍ୟରେ ନେବାକୁ ଜିଲ୍ଲାପାଳ ଅନୁମତି ଦିଅନ୍ତୁ ବୋଲି ମାଟି-ବାଲି-ପାଣି ସୁରକ୍ଷା ମଞ୍ଚ ପକ୍ଷରୁ ଆବାହକ ବିଧୁଭୂଷଣ ମହାପାତ୍ର ଦାବି କରିଛନ୍ତି । ଏ ନେଇ ମଞ୍ଚର ଆବାହକ ଶ୍ରୀ ମହାପାତ୍ର ଜିଲ୍ଲାପାଳ ସ୍ମୃତିରଞ୍ଜନ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେ ତାଙ୍କ ଦାବିପତ୍ରରେ ଦର୍ଶାଇଛନ୍ତି ଯେ ନଦୀବନ୍ଧର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଜନସାଧାରଣ ନଦୀରେ ବନ୍ୟାଜଳ ଆସିଲେ ପ୍ରତିବର୍ଷ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବନ୍ୟାଜଳରେ ସେମାନଙ୍କ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଘରଦ୍ୱାର ଭାଙ୍ଗିଯାଏ, ଜମିରେ ବାଲିଚର ମାଡିଯାଏ, ଗୋରୁ, ଗାଈ, ଛେଳି, ମେଣ୍ଢା ପ୍ରଭୃତି ଖାଇବାକୁ ନ ପାଇ ମୃତ୍ୟୁବରଣ କରିଥାନ୍ତି, ରାସ୍ତାଘାଟ ଦୁର୍ବଳ ହୋଇପଡିବାରୁ ଗମନାଗମନ ପାଇଁ ବର୍ଷତମାମ୍ ଲୋକମାନେ ହଇରାଣ ହରକତ ହୋଇଥାନ୍ତି । ନଦୀରେ ବୋହି ଆସୁଥିବା ବନ୍ୟାଜଳ ପ୍ରଭାବରେ କ୍ଷତି ସହୁଥିବା ଜନସାଧାରଣଙ୍କୁ ସରକାର ମାଗଣାରେ ବାଲି ଉଠାଇବାକୁ ଅନୁମତି ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି । ଅତୀତରେ ବାଲି ନିଲାମ ନାଁରେ ସରକାର ଓ ସ୍ଥାନୀୟ ପ୍ରଶାସନ କେବଳ ବାଲି ମାଫିଆଙ୍କୁ ସୃଷ୍ଟି କରିଛନ୍ତି । ବାଲି ମାଫିଆମାନେ ପରବର୍ତ୍ତୀ ସମୟରେ ଗ୍ୟାଙ୍ଗଷ୍ଟର ହୋଇ କେନ୍ଦ୍ରାପଡାରେ ଆତଙ୍କ ସୃଷ୍ଟି କରିବା ସହ ଆଇନ ଶୃଙ୍ଖଳା ବ୍ୟାହତ କରିଛନ୍ତି । ଏବେ ଯେଉଁମାନେ ପୁଣି ବାଲିଘାଟ ନେଉଛନ୍ତି ସେମାନେ ମଧ୍ୟ ଗ୍ୟାଙ୍ଗଷ୍ଟରମାନଙ୍କ ପଥକୁ ଅନୁସରଣ କରି ଆଇନକୁ ହାତକୁ ନେଉଛନ୍ତି । ବାଲି ପରିବହନରେ କେନ୍ଦ୍ରାପଡା ଅଞ୍ଚଳ ପ୍ରଦୂଷିତ ହେଉଛି । ବାଲି ପରିବହନ ଯୋଗୁଁ ରାସ୍ତାଘାଟ ମରଣଯନ୍ତା ପାଲଟୁଛି । ହାଇୱା ଦୁର୍ଘଟଣାରେ ଏଯାବତ୍ ୫୦ଜଣ ମୃତ୍ୟୁବରଣ କରିଥିବା ବେଳେ ବାଲି ମାଫିଆଙ୍କ ପାଇଁ ସରକାରୀ କଳର ପ୍ରତ୍ୟହ ଦୁଇଘଣ୍ଟା ସମୟ ନଷ୍ଟ ହେଉଛି । ତେଣୁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ନଦୀଘାଟରୁ ସାଧାରଣ ଲୋକମାନେ ବିନା ରୟାଲିଟି ଓ ବିନା ମୂଲ୍ୟରେ ବାଲି ନେବାକୁ ସେମାନଙ୍କୁ ସୁଯୋଗ ପ୍ରଦାନ ନିମନ୍ତେ ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏକମାସ ହେବ ଦୁଇ ବାଲି ମାଫିଆଙ୍କ ଯୁଦ୍ଧରେ ଏକଶହରୁ ଅଧିକ ଟ୍ରାକ୍ଟର ମାଲିକ, ଚାଳକ, ମୂଲିଆ ଓ ଦୁଇହଜାର ଶ୍ରମିକ ଉପବାସ ରହିଥିବା ମଞ୍ଚ ଅଭିଯୋଗ କରିଛି । ଏଣୁ ମାଡି-ବାଲି-ପାଣି ସୁରକ୍ଷା ମଞ୍ଚ ପ୍ରଥମ ଥର ପାଇଁ ଜିଲ୍ଲାର ସଦର ଥାନା ଗହଗା ଘାଟରୁ ଆସନ୍ତା ଡିସେମ୍ବର ୧ ତାରିଖରେ ବିନାମୂଲ୍ୟରେ ଟ୍ରାକ୍ଟର ଯୋଗେ ବାଲି ଉଠାଇବା ପାଇଁ ନିଷ୍ପତ୍ତି ନେଇଥିବାରୁ ଜିଲ୍ଲାପାଳ ଏଥିରେ ସହଯୋଗ କରିବାକୁ ମାଟି-ବାଲି-ପାଣି ସୁରକ୍ଷା ମଞ୍ଚ ପକ୍ଷରୁ ଆବାହକ ବିଧୁଭୂଷଣ ମହାପାତ୍ର, ଉତ୍ତମ ଚରଣ ସ୍ୱାଇଁ, ଚିତ୍ତରଞ୍ଜନ ରାଉତ, ଅଶୋକ ମୋହନ ଜେନା, ମାନସ ଜେନା, ସାନ୍ତନୁ କୁମାର ସାହୁ, ଦୁର୍ଯୋଧନ ଜେନା ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ