ନଦୀ ଓ ପୁଷ୍କରିଣୀ ରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଥିଲା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସର ରେ ଶ୍ରଦ୍ଧାଳୁ ମାନେ ପ୍ରାତଃ ରୁ ଉଠି ସ୍ନାନ କରି ଘର ନିକଟସ୍ଥ ନଦୀ ଓ ପୁଷ୍କରିଣୀ ରେ ଡଙ୍ଗା ଭସାଇ ଗାଇଥିଲେ ଆ କା ମା ବୈ …ଗୀତ ଆଉ ଅତୀତ ରେ କଳିଙ୍ଗ ର ସାଧବ ମାନେ କିପରି ବେପାର ବଣିଜ କରିବାକୁ ସୁ ଦୁର ଜାଭା, ସୁମାତ୍ରା, ବାର୍ଲି, ସିଂହଳ ପ୍ରଭୃତି ଦେଶ କୁ ଯାତ୍ରା କରୁଥିଲେ ତାର ସ୍ମୃତି ଚାରଣ କରିଥିଲେ। ସୂର୍ଯ୍ୟ ଉଦୟ ପୁର୍ବରୁ ଡଙ୍ଗା ଭସାଇ, ନିକଟସ୍ଥ ମନ୍ଦିର ରେ ଠାକୁର ଦର୍ଶନ କରି ଘରକୁ ଫେରିଥିଲେ। ପୋଖରୀ ତୁଠ ଠାରୁ ନଦୀ ଘାଟ ସବୁଠାରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଥିଲା। ପୁଣ୍ୟତୋୟା ପ୍ରାଚୀ ନଦୀ ର ବିଭିନ୍ନ ଘାଟ ରେ ଲୋକମାନେ ବୁଡ଼ ପକାଇ କଦଳୀ ପାଟୁଙ୍ଗା ରେ ଘିଅ ବତୀ ଲଗାଇ ଭସାଇଥିଲେ। ଡଙ୍ଗା ଭସାଇବା ପରେ ଶ୍ରଦ୍ଧାଳୁ ମାନେ ରାମେଶ୍ୱର, ଗ୍ରାମେଶ୍ୱର, ବାବା ଆଖଣ୍ଡଳମଣି , ଅନନ୍ତ ବାସୁଦେବ ଓ ଅନ୍ୟାନ୍ୟ ଠାକୁର ଙ୍କୁ ଦର୍ଶନ କରିଥିଲେ।


