ନଦୀ, ପୁଷ୍କରିଣୀ ରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସର ରେ ଶ୍ରଦ୍ଧାଳୁ ମାନେ ପ୍ରାତଃ ରେ ଘର ନିକଟସ୍ଥ ନଦୀ, ପୁଷ୍କରିଣୀ ରେ ସ୍ନାନ କରି ବିଭିନ୍ନ ଡଙ୍ଗା ଭସାଇ ଗାଇଥିଲେ ଆ କା ମା ଵୈ ଗୀତ ଆଉ ଅତୀତ ରେ କଳିଙ୍ଗ ର ସାଧବ ମାନେ ଯେଉଁ ବେପାର ବଣିଜ କରିବାକୁ ସୁ ଦୁର ଜାଭା, ସୁମାତ୍ରା, ବାର୍ଲି, ସିଂହଳ ଦେଶ କୁ ଯାତ୍ରା କରୁଥିଲେ ତାର ସ୍ମୃତି ଚାରଣ କରିଥିଲେ। ଆଜି ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ଶ୍ରଦ୍ଧାଳୁ ମାନେ ସୂର୍ଯ୍ୟ ଉଦୟ ପୁର୍ବରୁ ଡଙ୍ଗା ଭସାଇ, ନିକଟସ୍ଥ ମନ୍ଦିର ରେ ଠାକୁର ଦର୍ଶନ କରି ଘରକୁ ଫେରିଥିଲେ। ପୋଖରୀ ତୁଠ ଠାରୁ ନଦୀ ଘାଟ ସବୁଠାରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଥିଲା।