ନଦୀ ଫୁଲୁଛି ଗୁରୁପ୍ରିୟା ସେତୁକୁ ବିପଦ ସଂକେତ ଦଉଛି

ଚିତ୍ରକୋଣ୍ଡା,( ବିମଲ କିଶୋର ମିଶ୍ର): ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା ସେତୁକୁ ବିପଦ ଗୁରୁପ୍ରିୟା ନଦୀର ଜଳସ୍ତର । ଫୁଲୁଚି ଗୁରୁପ୍ରିୟା ନଦୀ ଯାହା ଫଳରେ ଗୁରୁପ୍ରିୟା ସେତୁର ଗାର୍ଡରରୁ ମାତ୍ର ଦୁଇ ଫୁଟ ତଳେ ରହିଛି ପାଣି । ଗୁରୁପ୍ରିୟା ନଦୀର ଜଳସ୍ତର ଯେଭଳି ଦିନକୁ ଦିନ ବଡି ଚାଲିଛି ଆଉ ମାତ୍ର ଗୋଟିଏ ଦିନ ମଧ୍ୟରେ ବ୍ରିଜର ଗାର୍ଡରକୁ ଛୁଇଁବ ପାଣି ବୋଲି ଆଶଙ୍କା କରୁଛନ୍ତି ଲୋକେ। ଅନ୍ୟପଟେ ବାଲିମେଳା ଡ୍ୟାମର ମଧ୍ୟ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଡ୍ୟାମର ବିପଦ ସଂକେତ ଜଳସ୍ତର କ୍ଷମତା ୧୫୧୬.୦୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର ୧୫୧୪.୧୦ ଫୁଟ ରହିଛି । ସେପଟେ ଜାନବାଇ ନିକଟରେ ଥିବା ପ୍ରାଥମିକ ସ୍ୟାସ୍ଥ୍ୟ କେନ୍ଦ୍ରର ପାଚେରୀରେ ନଦୀ ପାଣି ଲହଡି ଭାଙ୍ଗୁଛି । କୌଣସି ସମୟରେ ମଧ୍ୟ ସ୍ୟାସ୍ଥ୍ୟ କେନ୍ଦ୍ର ଭିତରେ ପଶି ପାରେ ପାଣି । ଯେହେତୁ ସ୍ୟାସ୍ଥ୍ୟ କେନ୍ଦ୍ରଟି ତଳିଆ ଅଞ୍ଚଳରେ ନିର୍ମାଣ କରାଯାଇଛି ଯାହା ଫଳରେ ନଦୀର ଜଳସ୍ତର ବୃଦ୍ଧି ହେଲେ ହସ୍ପିଟାଲ ପାଣି ପଶିବା ଆଶଙ୍କା ଲାଗି ରହୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ