ନଦୁଆଁ ଗାଦୀରେ ନୂଆଖାଇ ପାଳନ ନେଇ ପ୍ରସ୍ତୁତି
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଓଡିଶାର ୨ୟ ଜୋରନ୍ଦା ତଥା ସିଦ୍ଧ ସାଧୁ ରଘୁବର ବାବାଙ୍କ କୌପିନଧାରୀ ସମାଜ ନଦୁଆଁ ଗାଦିରେ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ମଙ୍ଗଳବାର ସୁନିଆଁ ଅବସରରେ ନୂଆଖାଇ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦିନ ପ୍ରାତଃ ବ୍ରାହ୍ମମୁହୂର୍ତ୍ତରୁ ନୂଆଖାଇ ପର୍ବ ପାଳନ ହେବା ସହ ଦିବସ ବ୍ୟାପୀ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶ୍ରୀମଦ୍ ଭାଗିରଥି ବାବାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଲକ୍ଷ୍ମୀଧର ବାବାଙ୍କ ସମେତ ଗୋବର୍ଦ୍ଧନ ନାୟକ, ନିରଂଜନ ସାହୁ, ବଳରାମ ସାହୁ, ନନ୍ଦ କିଶୋର ସାହୁ, ଅଭିନ୍ନ କୁମାର ସାହୁ, ବାବାଜି ଚରଣ ପଲେଇ, ଜୟକୃଷ୍ଣ ବେହେରା, ପାଣ୍ଡବ ବେହେରା, ବାବାଜି ଚରଣ ବେହେରା, ସୌଭାଗ୍ୟ ବେହେରା, ମହେନ୍ଦ୍ର ମୁଦୁଲି, ଦିବାକର ପାତ୍ର, ଶ୍ରୀଧର ଦେହୁରୀଙ୍କ ସମେତ ଗାଦିର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।