ନନଜୀବନ ସେବା ଆଶ୍ରମରେ ଗୋଷ୍ଠାଷ୍ଠମୀ ପାଳିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : କାର୍ତ୍ତିକ ମାସ ଅଷ୍ଟମୀ ତିଥିରେ ମଦନମୋହନପୁର ସ୍ଥିତ ନନଜୀବନ ସେବା ଆଶ୍ରମ ପର୍ିସରରେ ସୋମବାର ଗୋଷ୍ଠାଷ୍ଠମୀ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବେଦ ବିଦ୍ୟାଳୟର ମୁଖ୍ୟ ଅଧ୍ୟାପକ ଗଙ୍ଗାଧର ପଣ୍ଡା ସମସ୍ତ ବେଦ ବିଦ୍ୟାର୍ଥୀଙ୍କୁ ନେଇ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୋପୂଜନ , ବେଦ ପାରାୟଣରେ ବିଶ୍ୱ କଲ୍ୟାଣ ନିମନ୍ତେ ବର୍ଣ୍ଣିତ ଗୋପୂଜନର ମହତ୍ୱ ଓ ହିନ୍ଦୁ ଧର୍ମରେ ଗୋମାତାର ମହତ୍ୱ ସମ୍ପର୍କରେ ଆଲୋଚନା କତରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ କୁମାର ବାହିନୀପତି, ପ୍ରଣବ ପାଢୀ, ରତ୍ନାକର ପ୍ରଧାନ, ଦୁଷ୍ମତ୍ନାୟକ , ପରଶୁ ପାତ୍ର , ସୁଭଦ୍ରା ବେହେରା ପ୍ରମୁଖ ଯୋଗଦେଇ ଗୋପୂଜନ କରିଥିଲେ ।


