ନନ୍ଦନିକା ପକ୍ଷରୁ ମହିଳା ଦିବସ

କୋରାପୁଟ (ଜୁଗାବ୍ଦ ନ୍ୟୁଜ୍‍): କୋରାପୁଟସ୍ଥିତ ନାଟ୍ୟଶାଳା ନନ୍ଦନିକା ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ନନ୍ଦନିକା ନିର୍ଦ୍ଦେଶକ ସୌରଭ ଗୁପ୍ତା କହିଥିଲେ ଯେ, ନନ୍ଦନିକା ଏକ ନାଟ୍ୟସଂସ୍ଥା ହେବାସହ ସାମାଜିକ ସଂସ୍ଥା ମଧ୍ୟ । କେବଳ ନାଟ୍ୟଶାଳା ଉପସ୍ଥାପନା କରିବା ଏହାର ଏକମାତ୍ର ବିକଳ୍ପ ନୁହେଁ ବରଂ ଏକ ସୁସ୍ଥା ସଂସ୍କୃତିକ ପରିବେଷ୍ଟନୀର ବିକାଶ ଲାଗି ସମସ୍ତଙ୍କୁ ଅଂଶଗ୍ରହଣ କରିବା ଲାଗି ସଂକଳ୍ପବଦ୍ଧ । ମହିଳାଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାର ଆମର ଲକ୍ଷ୍ୟ ।ଏହା ଆମର ନୂତନ ନାଟ୍ୟ ଉପସ୍ଥାପନ କରିବାରେ ସହାୟକ ହେବ । ସମାଜର ପରିବର୍ତ୍ତନ ସହିତ ମହିଳାଙ୍କର ବିକାଶ ଏବଂ ସ୍ୱାଧୀନତା ଦିଗରେ ଆଜି ଏହି କାର୍ଯ୍ୟକ୍ରମ ଆମର ଏକ ଛୋଟ ପ୍ରୟାସ ମାତ୍ର । ଶିଶୁ କଳାକାର ଏବଂ ମହିଳାଙ୍କର କବିତା ଆବୃତ୍ତି ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା । ସମସ୍ତ ବର୍ଗର ମହିଳା ଏଥିରେ ଯୋଗ ଦେଇ ନିଜନିଜର ଅନୁଭୂତି ପରିପ୍ରକାଶକରିଥିଲେ । ଯାହା ପରିବର୍ତ୍ତନରଏକ ଅଂଶ ସାଜିବ ବୋଲି ଏହିସଂସ୍ଥାର ବିଶ୍ୱାସ । ଏହି ଅବସରରେ ତନୁଜା ପତି, ନନ୍ଦନିକାର ସଦସ୍ୟ ତଥା ଅଭିନେତ୍ରୀ ସମ୍ମାନିତ ହୋଇଥିଲେ । ଆୟୋଜିକା ମନୋଦୀପା ଗୁପ୍ତା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସୋମେନ୍ଦ୍ର କୁମାର ସ୍ୱାଇଁ, ସାରଦା ଖୁଣ୍ଟିଆ, ଅଜୟ ଅଡିଙ୍ଗ, ରାହୁଲ ପଟ୍ଟନାୟକ ଏବଂ ନନ୍ଦନିକାର ଅନ୍ୟ ସଦସ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ