ନନ୍ଦିକେଶ୍ୱର ଗ୍ରାମ୍ୟ ଉନ୍ନୟନ କମିଟି ଗଠନ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁସ୍ଥିତ ନନ୍ଦିଗ୍ରାମର ସର୍ବାଙ୍ଗୀନ ବିକାଶ ପାଇଁ ନନ୍ଦିକେଶ୍ୱର ଗ୍ରାମ୍ୟ ଉନ୍ନୟନ କମିଟି ଗଠନ କରାଯାଇଛି । କମିଟି ମାଧ୍ୟମରେ ଗ୍ରାମର ବିଭିନ୍ନ ସମସ୍ୟା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିମଳ, ବୃକ୍ଷରୋପଣ, ପରିବେଶ ସ୍ୱଛତା ଆଦି କାର୍ଯ୍ୟକ୍ରମ କରାଯିବ । ଏହା ସହିତ ଭାଗବତ ଟୁଙ୍ଗି ମାଧ୍ୟମରେ ଭାଗବତ ପଠନ, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦିର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ଗ୍ରାମ୍ୟ କମିଟିରେ ସ୍ୱଛତା ଓ ସ୍ଥାୟୀତ୍ୱ ପାଇଁ ସମସ୍ତ ସଭ୍ୟ, ଉପଦେଷ୍ଟା, କର୍ମକର୍ତାବୃନ୍ଦ ରାଜନୈତିକ ମନୋଭାବ, ପ୍ରିୟାପ୍ରୀତି ଭାବ, ବ୍ୟକ୍ତିଗତ ସ୍ୱାର୍ଥ ଇତ୍ୟାଦି ଠାରୁ ଦୁରେଇ ଗ୍ରାମର ସାମୁହିକ ଉନ୍ନତି ପାଇଁ କାୟୋ ମନବାକ୍ୟରେ କାମ କରିବା ପାଇଁ ପ୍ରଭୁ ନନ୍ଦିକେଶ୍ୱରଙ୍କ ପୀଠରେ ଶପଥ ପାଠ କରିଥିଲେ । ଏହି ଗ୍ରାମ୍ୟ କମିଟିରେ ସଭାପତି ଭାବେ ବାସୁଦେବ ପାଢୀ, ଉପସଭାପତି ରୁଦ୍ରପ୍ରସାଦ ପାଢୀ, କାର୍ଯ୍ୟକାରୀ ସଭାପତି ଲମ୍ବୋଦର ଦାସ, ସଂପାଦକ ତ୍ରିଲୋଚନ ପାଢୀ, ସହ ସଂପାଦକ ମାନସ ପରିଡା, ସଂଗଠନ ସଂପାଦକ ରମାକାନ୍ତ ପାଢୀ, କୋଷାଧ୍ୟକ୍ଷ ଅମୀୟ କୁମାର ପାଢୀ ଓ ଆବାହକ ଚିନ୍ମୟୀ ପରିଡା ଦାୟିତ୍ୱରେ ରହିବା ବେଳେ ଉପଦେଷ୍ଟା ଭାବେ ପ୍ରଭାସ ଚନ୍ଦ୍ର ରାଉତ, ବିକ୍ରମ ପରିଡା, ସରପଂଚ ଲଲାଟେନ୍ଦୁ ପରିଡା, କ୍ଷେତ୍ରମୋହନ ମହାନ୍ତି ରହିଛନ୍ତି । ଏଥିରେ ସକ୍ରିୟ ସଭ୍ୟ ଭାବେ ପଦ୍ମନାଭ ପାଢୀ, ବିଜୟ ଦାସ ପ୍ରମୁଖ ଦାୟିତ୍ୱ ରହିଛନ୍ତି ।


