ନନ୍ଦିକେଶ୍ୱର ପୀଠରେ ଆଧ୍ୟାତ୍ମିକ ଓ ସମ୍ବର୍ଦ୍ଧନା ସଭା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଗ୍ରାମରେ ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ନନ୍ଦିକେଶ୍ୱର ପୀଠରେ ନନ୍ଦକିଶୋର ୟୁଥ କ୍ଳବ ତରଫରୁ ଆଧ୍ୟାତ୍ମିକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଧର୍ମ ସଭାକୁ ଓଡିଶା ସାଧୁସନ୍ଥ ସମାଜର ସଭାପତି ତଥା ଗୋଠଦା ମଠାଧୀଶ ମହନ୍ତ ମହାରାଜ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଧୃବ ଚରଣ ପରିଡା, ବିଶିଷ୍ଟ ଅତିଥି ଭାବେ ସୋଆ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଜ୍ୟୋତି ରଂଜନ ଦାସ, ଜାମୁଗାଁର ପୂର୍ବତନ ସରପଂଚ ଲଲାଟେନ୍ଦୁ ପରିଡା ଆଦି ଯୋଗ ଦେଇଥିଲେ । ଆଧ୍ୟାତ୍ମିକ ସଭା ପରେ ନନ୍ଦିକେଶ୍ୱର ୟୁଥ କ୍ଳବ ଓ ଗ୍ରାମବାସୀଙ୍କ ତରଫରୁ ଉକ୍ତ ବ୍ଳକରେ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କଳ୍ପନା ଦାସ, ମାଟ୍ରିକ ପରୀକ୍ଷାରେ ବ୍ଳକରେ ପ୍ରଥମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଯଥାକ୍ରମେ ଆୟୁଷ ଭୋଳ, ତୁଳସୀ ମଂଜରୀ ସ୍ୱାଇଁ, ଅଭିଷେକ ପାଢୀ ଓ ନନ୍ଦିଗ୍ରାମରେ ୨୦୨୨ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ନନ୍ଦିନୀ ପରିଡା, ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ କରିଥିବା ଉକ୍ତ ଗ୍ରାମର ନାରାୟଣ ନାୟକ, ଶିବ ଚରଣ ପରିଡା, ରମେଶ ଚନ୍ଦ୍ର ମହାନ୍ତି, ଲକ୍ଷ୍ମୀଧର ପରିଡା, କାମଦେବ ପାଢୀ, ମାଧବାନନ୍ଦ ମହାରଣା, ସୁରେନ୍ଦ୍ର ପାଢୀ, ବିପିନ ବିହାରୀ ପାଢୀ, ସ୍ମୃତିରଂଜନ ରାଉତ, ରମେଶ ଚନ୍ଦ୍ର ପାଢୀ, ଉତମ ଦାସ, ଦୀପ୍ତି ରଂଜନ ପାଢୀ, ତ୍ରିଲୋଚନ ପାଢୀଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ତ୍ରିଲୋଚନ ପାଢୀ ପରିଚାଳନା କରିଥିବା ବେଳେ ୟୁଥ କ୍ଳବର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।