ନନ୍ଦିକେଶ୍ୱର ପୀଠରେ ଆଧ୍ୟାତ୍ମିକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଗ୍ରାମର ନନ୍ଦିକେଶ୍ୱର ପୀଠରେ ନନ୍ଦକିଶୋର ୟୁଥ କ୍ଳବ ତରଫରୁ ଆଧ୍ୟାତ୍ମିକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଧର୍ମସଭାକୁ ମୁଖ୍ୟ ଅତିଥି ଭାବେ ତିହୁଡାସ୍ଥିତ ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ରୋଟାରୀ ଗଭର୍ଣ୍ଣର ଓଡିଶାର ଯଜ୍ଞାଶିଷ ମହାପାତ୍ର, ସମ୍ମାନୀତ ବକ୍ତା ପ୍ରଶାସକ ତଥା ସୁସାହିତ୍ୟିକ ଡଃ ସଂଗ୍ରାମ କେଶରୀ ସାମାନ୍ତରାୟ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲିପ କୁମାର ଜେନା ଆଦି ଯୋଗ ଦେଇଥିଲେ । ଆଧ୍ୟାତ୍ମିକ ସଭା ପରେ ନନ୍ଦିକେଶ୍ୱର ୟୁଥ କ୍ଳବ ଓ ଗ୍ରାମବାସୀଙ୍କ ତରଫରୁ ୨୦୨୪ ମାଟ୍ରିକ ପରୀକ୍ଷାରେ ସର୍ବଚ୍ଚୋ ନମ୍ବର ରଖି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଓ ସମାଜସେବା ପାଇଁ ସାମାଜିକ କର୍ମୀ ଦୀପକ କୁମାର ବିଶ୍ୱାଳ, ରଜନୀକାନ୍ତ ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ତ୍ରିଲୋଚନ ପାଢୀ ପରିଚାଳନା କରିଥିବା ବେଳେ ୟୁଥ କ୍ଳବର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।