ନନ୍ଦିକ ଗ୍ରାମରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ

ହିଂଜିଲିକାଟୁ- କରୋନା ଭୁତାଣୁ ଆଜି ସାରା ବିଶ୍ୱ ପାଇଁ ଏକ ବଡ ସଙ୍କଟ ଭାବେ ଦେଖାଦେଇଛି। ଏହି ମହାମାରୀ ର ମହା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାର ହିଂଜିଳି ବ୍ଳକ ନନ୍ଦିକ ଗ୍ରାମରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ମଙ୍ଗଳବାର ଜିଲ୍ଲାପାଳ ଏକ ଜରୁରୀ ବୈଠକରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମର ସୀମାକୁ ସିଲ କରାଯିବ ଏବଂ ଗୋଟିଏ ଗ୍ରାମର ଲୋକଙ୍କୁ ଅନ୍ୟ ଗ୍ରାମକୁ ଯିବା ପାଇଁ ନିଷେଦ୍ଧ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ କୁ ହିଂଜିଳି ବ୍ଳକ ନନ୍ଦିକ ଗ୍ରାମରେ ସର୍ବ ପ୍ରଥମେ ପ୍ରାଥମିକତା ଦିଆଯାଇ କାର୍ଯ୍ୟକାରୀ କରାଯାଇଛି।ସରପଞ୍ଚ ଲିଲି ମାଳା ପ୍ରଧାନ,ପଞ୍ଚାୟତ ନିର୍ବାହୀ ଅଧିକାରୀ ବାସୁଦେବ ବେହେରା ରାଜସ୍ବ ନିରୀକ୍ଷକ ,ଗୁରୁଜୀ ପାଠାଗାର, ଆଦର୍ଶ ପାଠାଗାର, ବିଜୁ ଯୁବ ବାହିନୀ ସଦସ୍ୟ ମାନେ କରୋନା ସଚେତନତା ଅଭିଯାନ ଜାରୀ ରଖିଛନ୍ତି।ଗ୍ରାମର ୨ ମୁଖ୍ୟ ପ୍ରବେଶ ପଥକୁ ବାଉଁଶ ଓ ଲୁହା ତାରବାଡ ଘେରାଇ ସିଲ କରିବା ସହ ଗ୍ରାମର ଅନ୍ୟ ୫ଟି ପ୍ରବେଶ ପଥକୁ ମଧ୍ୟ ସିଲ କରିଛନ୍ତି। ଡାକ ବାଜି ଯନ୍ତ୍ର ଯୋଗେ ସାମାଜିକ ଦୂରତ୍ୱ ପାଳନ କରିବା ପାଇଁ ନିବେଦନ କରିବା ସହ ମହାମାରୀ କରୋନାର ମୁକାବିଲା ପାଇଁ ରୋହିତ କୁମାର ପ୍ରଧାନ, କୃଷ୍ଣ ଭଉଳ ଏବଂ ସୁବାଷ ପ୍ରଧାନ ଙ୍କ ସମେତ ଯୁବଗୋଷ୍ଠୀ ଦିନ ରାତି ପ୍ରୟାସ ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ