ନନ୍ଦିଘୋଷ ରଥର ବିଶେଷତ୍ୱ

ପୁରୀ: କରୋନା କଟକଣାରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା । ରଥ ଯାତ୍ରାରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଆଉ କାଳିଆ ସାଆଁନ୍ତ ମାଉସୀ ଘରକୁ ଯାଆନ୍ତି । ପ୍ରଭୁ ଜଗନ୍ନାଥଙ୍କ ଯାତ୍ରାର ସାହାରା ହେଉଛନ୍ତି ତାଙ୍କ ରଥ ଯାହାର ନାମ ନନ୍ଦିଘୋଷ । କିଏ ବା ନ ଜାଣେ ନନ୍ଦିଘୋଷର ସେଇ ଅପୂର୍ବ କାହାଣୀ ବିଷୟରେ । ତେବେ ଆସନ୍ତୁ ଜାଣିବା ଭାବ ବିନୋଦିଆଙ୍କ ସେହି ରଥର କିଛି ଜଣା ଓ ଅଜଣା କଥା ସମ୍ପର୍କରେ।
ନନ୍ଦିଘୋଷର ଅନ୍ୟ ନାମ ହେଉଛି ଚକ୍ରଧ୍ଵଜ ବା ଗରୁଡ ଧ୍ଵଜ ଯାହା ଉପରେ ବିରାଜମାନ ହୁଅନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ରଥର ଉଚ୍ଚତା ରହିଛି ୪୫ଫୁଟ ୬ଇଞ୍ଚ । ବଡ଼ଠାକୁରଙ୍କ ରଥ ପ୍ରସ୍ତୁତ କରିବାକୁ କାରିଗରମାନଙ୍କ କଷ୍ଟ କହିଲେ ନସରେ। ୪୫ଫୁଟ୍ ଉଚ୍ଚ ପ୍ରସ୍ତୁତ କରିବାକୁ ମହାରଣାମାନେ ପ୍ରାଣପଣେ ପ୍ରୟାସ କରନ୍ତି । ଏହି ରଥ ୭୪୨ଖଣ୍ଡ କାଠରେ ପ୍ରସ୍ତୁତ ହୁଏ । ପ୍ରଥମେ ନନ୍ଦିଘୋଷର ୧୬ଟି ଯାକ ଚକ ତିଆରି କରାଯାଏ ।
ତେବେ ରଥରେ କେବଳ କାଳିଆ ଯାଆନ୍ତି ନାହିଁ ସେହି ରଥରେ ଥାନ୍ତି ଅନେକ ଦେବା ଦେବୀ । ସେହିପରି ରଥ ଧ୍ୱଜାରେ ରୁହନ୍ତି ଭକ୍ତଙ୍କ ଭକ୍ତ ପ୍ରଭୁ ହନୁମାନ, ରଥର ଆୟୁଧ ହେଉଛନ୍ତି ଶଙ୍ଖ ଓ ଚକ୍ର । ଭାବ ବିନୋଦିଆଙ୍କ ରଥର ଆବରଣ ପୀତ ଓ ଲୋହିତ ବର୍ଣ୍ଣ । ମହାପ୍ରଭୁଙ୍କ ରଥର ସାରଥି ସାଜି ମାଉସୀ ମାଆଙ୍କ ଘରକୁ ନେଇ ଯାଆନ୍ତି ସାରଥି ଦାରୁକ । ରଥର ୪ଟି ଘୋଡ଼ାର ବର୍ଣ୍ଣ ଧଳା ଏବଂ ସେହି ଅଶ୍ଵମାନକଙ୍କର ନାମ ହେଉଛି ଶଙ୍କ, ବଳାହକ,ଶ୍ଵେତ,ହରିଦ୍ଵାଶ । ଏହି ଅଶ୍ଵର ଅନ୍ୟନାମ ସୌବ୍ୟ, ସୁଗ୍ରୀବ, ମେଘ, ପୁଷ୍ପ,ବଳାହକ । ଆଉ ରଥ ଯେମିତି ସୁରକ୍ଷିତ ପହଞ୍ଚିବ ତାର ସବୁ ଦାୟିତ୍ବ ଥାଏ ଇନ୍ଦ୍ରଙ୍କ ହାତରେ। କାରଣ ରଥର ରକ୍ଷକ ହେଉଛନ୍ତି ପ୍ରଭୁ ଇନ୍ଦ୍ର । ରଥାଧିପ ହେଉଛନ୍ତି ବାନତେୟ । ରଥର ଦେବତା ନୃସିଂହ ହୋଇଥିବା ବେଳେ ରଥର ଦେବୀ ହେଉଛନ୍ତି ଯୋଗମାୟା । ଯାହା ସାହାଯ୍ୟରେ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ଯାଏ ଗଡ଼ି ଗଡ଼ି ଯାଏ ଯେଉଁ ଦଉଡ଼ି ଭକ୍ତଙ୍କ ଭକ୍ତିରେ ତିଆରି ହୋଇଥାଏ। ତାହାର ନାମ ହେଉଛି ଶଙ୍ଖଚୁଡ ନାମୀ ନାଗୁଣୀ । ରଥର ଯେଉଁ ମୁଖରୁ ମହାପ୍ରଭୁ ମୁରୁକି ହସି ଭକ୍ତଙ୍କ ଭାବକୁ ବୁଝିଥାନ୍ତି ରଥର ସେହି ମୁଖର ନାମ ହେଉଛି ନନ୍ଦିମୁଖ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ