ନନ୍ଦିପଦାହାଟ ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ୨୦୨୨ ଉଦ୍ଯାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ମୁକୁନ୍ଦ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ ନନ୍ଦିପଦାହାଟ ଠାରେ ହାଟଡିହି ବ୍ଲକ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବ୍ଲକର ୫୩ଟି ବିଦ୍ୟାଳୟର ୬୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଝାଡେଶ୍ୱର ନୋଡାଲ ହାଇସ୍କୁଲ ଘସିପୁରାର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଘଡେଇ ଓ ଅଳତୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଜେନା, ବନ୍ତ ବ୍ଲକର ସିଆରସିସି ସୁଧିର କୁମାର ବାରିକ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡିକର ମାନ ନିର୍ଦ୍ଧାରଣ କରିଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକର ବିଡିଓ ବିନୀତା ବିଜୟନୀ ଯୋଗଦଇ ଏହି ବିଜ୍ଞାନ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନମେଳାର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ବୁଝାଇଥିଲେ । ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଓରାଳି ପଞ୍ଚାୟତର ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ଏବିଇଓ ଧନେଶ୍ୱର ଖଣ୍ଡେଇ, ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଏହି ପରି ବିଜ୍ଞାନମେଳା ଆୟୋଜନ ହେବାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି ହୋଇ ପାରୁଛି ବୋଲି ମତ ଦେଇଥିଲେ । ମାତ୍ର ଦୁଇଦିନ ଭିତରେ ଏପରି ଏକ କାର୍ଯ୍ୟକ୍ରମର ସଫଳ ରୁପାୟନରେ ସମସ୍ତ ଶିକ୍ଷକ ମାନଙ୍କ ସହଯୋଗକୁ ନେଇ ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ନରେନ୍ଦ୍ର ପ୍ରସାଦ ବେହେରା, ମୃତ୍ୟୁଞ୍ଜୟ ପଲେଇ, ମାଧବାନନ୍ଦ ଜେନା, ଅନିରୁଦ୍ଧ ସେଠୀ, ପ୍ରଭାକର ବେହେରା, ଅଭୟ କୁମାର ବେହେରା, ଅଭୟ କୁମାର ଜେନା, ପାଣ୍ଡବ ସାହୁ, ଦେବାଶିଷ ବେହେରା, ସୌମ୍ୟାପ୍ରୀୟା ସ୍ୱାଇଁ, ମୋନାଲିସା ଜେନା, ଶର୍ମିଷ୍ଠା ମହାନ୍ତି, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ବିଜ୍ଞାନ ମେଳାରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଓଏଭି ସୁନ୍ଦରାପାଳର ୭ମ ଶ୍ରେଣୀ ଛାତ୍ରୀ ସ୍ୱୟଂସିନି ବେହେରା, ୫ମଶ୍ରେଣୀର କିତ୍ତିମାନ ପରିଡା ହାଇସ୍କୁଲ ସ୍ତରରେ ଗୋପୀନାଥଜୀୟୁ ସରକାରୀ ହାଇସ୍କୁଲ ଆମ୍ବୋର ଦଶମ ଶ୍ରେଣୀର ଛାତ୍ର ଶ୍ରୁତି ଶଙ୍କର ଜେନା, ପିପି ସରକାରୀ ହାଇସ୍କୁଲ ବଣିଆପଙ୍କର ନବମ ଶ୍ରେଣୀର ଛାତ୍ର ଅଭିଶେକ ରାଉତ, ସୋସୋ ସରକାରୀ ହାଇସ୍କୁଲର ୯ମ ଶ୍ରେଣୀର ଛାତ୍ରୀ ଅଲିଭା ପଣ୍ଡା, ମୁକୁନ୍ଦ ଚରଣ ହାଇସ୍କୁଲ ନନ୍ଦିପଦା ହାଟର ଛାତ୍ର ଆଶିଷ କୁମାର ବାରିକଙ୍କ ପ୍ରକଳ୍ପ ଗୁଡିକ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲା । ଜିଲ୍ଲାସ୍ତରକୁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।


