ନନ୍ଦିପଦା ଥାନାରେ ନୁତନ ଏସ.ଆଇଙ୍କ ଯୋଗଦାନ

ହାଟଡ଼ିହି:ନନ୍ଦିପଦା ଥାନାରେ ନୁତନ ଥାନା ଏସ.ଆଇ ଭାବେ ସୁପ୍ରଭା ଶୁଭଦର୍ଶନୀ ବେହେରା ଯୋଗଦେଇଛନ୍ତି । ସେ ବିଜୁ ପଟ୍ଟନାୟକ ଏକାଡେମୀରୁ ପ୍ରଶିକ୍ଷଣ ଶେଷକରି କେନ୍ଦୁଝର ଏସପିଙ୍କ କାର୍ଯ୍ୟାଳୟରେ ଯୋଗଦେବା ପରେ ତାଙ୍କୁ ନନ୍ଦିପଦା ଥାନାରେ ଅବସ୍ଥାପିତ କରାଯାଇଛି । ଏହି ଥାନାରେ କେହି ମହିଳା ଅଫିସର ନଥିବାରୁ ମହିଳା ଓ ଶିଶୁ ଡେକ୍ସରେ ନାନା ସମସ୍ୟା ଦେଖା ଦେଇଥିଲା । ସୁପ୍ରଭା ଶୁଭଦର୍ଶନୀ ବେହେରାଙ୍କ ଯୋଗଦାନ ପରେ ଏହି ସମସ୍ୟାରେ ସୁଧାର ଆସିବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ