ନନ୍ଦିପଦା ଥାନାରେ ଲାଗି ପାରିଲାନି ସି.ସି.ଟି.ଭି

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରେ ଆଜି ପର୍ଯ୍ୟନ୍ତ ଲାଗି ପାରିଲାନି ସମସ୍ତ ସିସିଟିଭି । ପୁରୁଣା ଥାନାରେ ୨୦ଟି କ୍ୟାମେରା ଲାଗିଥିବା ବେଳେ ଗତ ମାର୍ଚ୍ଚମାସରୁ ଥାନାର ନୂତନ ଗୃହ ଉଦଘାଟନ ହେଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ସି.ସି.ଟି.ଭି କ୍ୟାମେରା ଗୁଡିକ ନୁତନ ଘରକୁ ସ୍ଥାନାନ୍ତର ହୋଇ ପାରିନି। ସମସ୍ତ ଥାନାରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟର ୫୬ ଗୋଟି ଥାନାରେ ସି.ସି.ଟି.ଭି ଲାଗି ନଥିବା ସରକାର କହିଛନ୍ତି। ତନ୍ମଧ୍ୟରୁ କେନ୍ଦୁଝର ଜିଲ୍ଲାର ନନ୍ଦିପଦା ଥାନା ଅନ୍ୟତମ । ଏହି ଥାନାଟି ଜିଲ୍ଲାର ଏକ ପ୍ରମୁଖ ଥାନା ହୋଇଥିବା ବେଳେ ଏହା ତିନୋଟି ଜିଲ୍ଲାର ସୀମାନ୍ତରେ ଥିବାରୁ ଏହାର ଗୁରୁତ୍ୱ ଅନ୍ୟଥାନା ମାନଙ୍କ ଠାରୁ ଅଧିକ ଥାଏ । ଗତ ମାର୍ଚ୍ଚ ମାସରେ ଏହି ଥାନାର ନୂତନ ଗୃହକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। କିନ୍ତୁ ଘରର ସମସ୍ତ କାମ ସମ୍ପୁର୍ଣ୍ଣ ହୋଇ ନଥିବାରୁ ଗତ ଜୁନ ମାସରେ ଠିକାଦାର ଥାନା କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କରିଥିଲେ। କିନ୍ତୁ ନୁତନ ଘରେ ସିସିଟିଭି କ୍ୟାମେରା ଲଗାଯାଇ ନଥିଲା। ଏନେଇ ଥାନା ଅଧିକାରୀ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ ବି ଆଜି ପର୍ଯ୍ୟନ୍ତ ସି.ସି.ଟି.ଭି ଲାଗିପାରି ନାହିଁ। ଥାନା ଆଇ.ଆଇ.ସି ନିଜସ୍ଵ ଉଦ୍ୟମରେ ୬ଟି କ୍ୟାମେରା ଲଗାଇ କାମଚ଼ଳା କରୁଛନ୍ତି ବୋଲି ସୁଚ଼ନା ଦେଇଛନ୍ତି। ଭରତପୁର ଥାନା ଘଟଣା ପରେ ସରକାର ତରବରିଆ ଭାବେ ସି.ସି.ଟି.ଭି କ୍ୟାମେରା ଲଗାଇବାକୁ ତତ୍ପର ହୋଇ ପଡିଥିବା ବେଳେ ନନ୍ଦିପଦା ଭଳି ଏକ ଗୁରୁତ୍ବପୁର୍ଣ୍ଣ ଥାନାରେ କେବେ ସି.ସି.ଟି.ଭି କ୍ୟାମେରା ଲାଗୁଛି ତାହା ଦେଖିବାକୁ ବାକି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ