ନନ୍ଦିପଦା ପୁଲିସ ପକ୍ଷରୁ ୧୩ଟି ବାଇକ ଜବଦ
ହାଟଡ଼ିହି : କରୋନା ସଂକ୍ରମଣକୁ ରୋକିବାପାଇଁ ସରକାର ୨୧ଦିନ ପାଇଁ ଲକଡାଉନ ଘୋଷଣା କରି ଘରେ ରହିବା ପାଇଁ ବାରମ୍ବାର ସଚେତନତା କରୁଥିଲେ ମଧ୍ୟ କିଛି ଲୋକ ଏହାକୁ ଭ୍ରୁକ୍ଷେପ ନକରି ବାଇକଧରି ବଜାର ଘାଟରେ ଚକର କାଟୁଥିଲେ । ପୁଲିସ ଦୁଇଦିନ ହେଲା ବାରଣ କରି ଘରେ ରହୁ ଯଦି ଆବଶ୍ୟକ ଅଛି ତେବେ ପାସ ଆଣ ନଚେତ ସାଇକେଲ ଧରି ବଜାର ସଉଦା କର ବୋଲି ପରାମର୍ଶ ଦେଇ ଆସୁଥିଲେବି ଏହାକୁ ଖାତିର ନକରି କିଛି ଅମାନିଆ ଗତକାଲି ସନ୍ଧ୍ୟାରେ ମରୈଗାଁ ଛକରେ ବାଇକ ଧରି ବୁଲାବୁଲି କରୁଥିବାବେଳେ ନନ୍ଦିପଦା ପୁଲିସ ୧୩ଟି ବାଇକକୁ ଜବଦ କରି ଥାନାକୁ ନେଇ ଯାଇଛି । ଆଗାମି କାଲିଠାରୁ ଅମାନିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନନ୍ଦିପଦା ଥାନା ଏସ.ଆଇ ପରେଶ ମହାନ୍ତି ସୁଚନା ଦେଇଛନ୍ତି ।


