ନନ୍ଦିପଦା ହାଇସ୍କୁଲରେ ବ୍ଲକ ସ୍ତରୀୟ ହିନ୍ଦି ଦିବସ ସମାରୋହ
ହାଟଡ଼ିହି,(ଯୁଗାବ୍ଦ ନୁ୍ୟଜ୍) : ନନ୍ଦିପଦା ହାଟ ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ହିନ୍ଦି ଦିବସ ସମାରୋହ ଅନୁÂିତ ହୋଇଯାଇଛି । ନନ୍ଦିପଦା ହାଟ ହାଇସ୍କୁଲର ପ୍ର୍ରଧାନ ଶିକ୍ଷକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ସଭାପତିତ୍ୱରେ ଅନୁÂିତ ଏହି ସଭାରେ ମୁଖ୍ୟ ଅତିଥୀ ଭାବେ ଜବାହାର ନବୋଦୟ ବିଦ୍ୟାଳୟ ହଦଗଡର ସ୍ନାତକ ହନ୍ଦି ଶିକ୍ଷକ ରାଜ କିଶୋର ମିନା ଯୋଗଦେଇ ହିନ୍ଦିଭାଷାକୁ ବାଧ୍ୟତା ମୁଳକ ବିଷୟ ଭାବରେ ରାଜ୍ୟ ସରକାର ଗ୍ରହଣ କଲେ ଦେଶରେ ଏବଂ ରାଜ୍ୟରେ ଜାତୀୟ ସଂହତି ଐତିହ୍ୟ ତଥା ଜାତୀୟ ସ୍ତରରେ ଅନେକ ମେଧାବୀ ଛାତ୍ରାଛାତ୍ରୀ ବାହାରି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡିଶାକୁ ପହଞ୍ଚାଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ହିନ୍ଦି ଶିକ୍ଷକମାନେ ଶିକ୍ଷାଦାନ କ୍ଷେତ୍ରରେ ଯତ୍ନବାନ ହେବା ସହିତ ବ୍ଲକସ୍ତରରେ ହିନ୍ଦି ଭାଷାରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ କରିବାପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଭଦ୍ରକ ଜିଲ୍ଲା ହିନ୍ଦି ଶିକ୍ଷକ ସଂଘର ସଭାପତି ନିର୍ମଳଚନ୍ଦ୍ର ରାଉତରାୟ ଯୋଗଦେଇ ହିନ୍ଦି ଶିକ୍ଷାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାଧାଶ୍ୟମ ନାୟକ ଯୋଗଦେଇ ହିନ୍ଦି ଭାଷାର ଗରୁତ୍ୱ ଉପରେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଫୁଲ କୁମାର ମଲ୍ଲିକ ମଞ୍ଚ ସଂଯୋଜନା କରିଥିବାବେଳେ ସତ୍ୟପୀର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମୁକୁନ୍ଦ ଚରଣ ସରକାରୀ ବିଦ୍ୟାଳୟର ପ୍ରାକ୍ତନ ହିନ୍ଦି ଶିକ୍ଷକ ଗଙ୍ଗାଧର ମଲ୍ଲିକ ଓ ଓରାଳି ଗୋପାଳ ଚନ୍ଦ୍ର ବାଳିକ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ହିନ୍ଦି ଶିକ୍ଷକ ନାରାୟଣ ଚନ୍ଦ୍ର ନାୟକଙ୍କୁ ମାନପତ୍ର ଓ ଉପଢେ଼øକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହିନ୍ଦି ଭାଷାରେ ବକ୍ତୃତା, କବିତା ଆବୃତ୍ତି, ସଂଗୀତ ଆଦି ପ୍ରତିଯୋଗୀତା ମାନ କରାଯାଇ କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ପାଣ୍ଡବ ସାହୁ, ଅନିରୁଦ୍ଧ ସେଠୀ, ସୌମ୍ୟପ୍ରୀୟା ସ୍ୱାଇଁ, ଦେବାଶିଷ ବେହେରା, ଶର୍ମିÂା ମହାନ୍ତି, ମୋନାଲିସା ଜେନା, ବନମାଳୀ ଦାସ, ବାସନ୍ତୀଲତା ଜେନା, ଶଶିକାନ୍ତ ଜେନା ପ୍ରମୁଖ କାର୍ଯ୍ୟୃକ୍ରମ ପରିଚାଳନା କରିଥିଲେ । ଏହି ସମାରୋହରେ ବ୍ଲକରେ କାର୍ଯ୍ୟରନ୍ସମସ୍ତ ହିନ୍ଦି ଶିକ୍ଷକମାନେ ଅଂଶ ଗ୍ରହଣ କରିଥିଲେ ।