ନନ୍ଦୁ ଚରଣ ଜେନା ହେଲେ ହାଟଡିହି ସାଂସଦ ପ୍ରତିନିଧି
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ଜଣେ ସମାଜସେବୀ ତଥା ଯୁବନେତା ଭାବେ ପରିଚିତ ନନ୍ଦୁ ଚରଣ ଜେନା ହାଟଡିହି ବ୍ଲକର ସାଂସଦ ପ୍ରତିନିଧି ଭାବେ କାର୍ଯ୍ୟ କରିବେ । ସାଂସଦ ଇଂ ଚନ୍ଦ୍ରାଣୀ ମୁର୍ମୁ ତାଙ୍କ ଚିଠିନଂ କେଜେଆରପିସି ୨୭୩ ଫେବୃୟାରୀ ୭ ତାରିଖରେ ନନ୍ଦୁଚରଣ ଜେନାଙ୍କୁ ହାଟଡିହି ବ୍ଲକର ସାଂସଦ ପ୍ରତିନିଧି ଭାବେ ନିଯୁକ୍ତି ଦେଇଥିବା ନେଇ ହାଟଡିହି ବ୍ଲକର ବିଡିଓ, ନନ୍ଦିପଦା ଓ ସୋସୋ ଥାନା ଅଧିକାରୀଙ୍କୁ ଜଣାଇଛନ୍ତି । ନନ୍ଦୁ ଚରଣ ଜେନା ଗତ କିଛିବର୍ଷ ଧରି ସକ୍ରୀୟ ରାଜନିତୀରେ ଅଂଶ ଗ୍ରହଣ କରି ଲୋକମାନଙ୍କର ସେବା କରିଆସୁଥିଲେ । ତାଙ୍କୁ ସାଂସଦ ପ୍ରତିନିଧି ଭାବେ ଚୟନ କରାଯାଇଥିବାରୁ ସେ ସାଂସଦ ଇଂ ଚନ୍ଦ୍ରାଣୀ ମୁର୍ମୁ ଓ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ହାଟଡିହି ଅଞ୍ଚଳର ବିଭିନ୍ନ ସମସ୍ୟା ଗୁଡିକୁ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଗୋଚର କରିବା ସହିତ ସାଂସଦଙ୍କ ଦୃଷ୍ଟି ଆକେର୍ଷଣ କରି ସମାଧାନ ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି । ତାଙ୍କୁ ସାଂସଦ ପ୍ରତିନିଧି ଭାବେ ନିଯୁକ୍ତ କରାଯିବାପରେ ବିଜେଡିର ବହୁ ବରିଷ୍ଠ କର୍ମକର୍ତ୍ତାମାନେ ତାଙ୍କୁ ସ୍ୱାଗତ ଜଣାଇବା ସହ ଶିକ୍ଷାବିତ, ବୁଦ୍ଧିଜିବୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି ।