ନନ୍ଦ କିଶୋର ମେମୋରିଆଲ ମହିଳା ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟସ୍ତରୀୟ ଦ୍ୱିତୀୟ ନନ୍ଦ କିଶୋର ମେମୋରିଆଲ ମହିଳା ଫୁଟବଲ ପ୍ରତିଯୋଗିତା ଭୁବନେଶ୍ୱର ଫୁଟବଲ ଏକାଡ଼େମୀ ଷ୍ଟାଡିୟମ, ୟୁନିଟ୍‌-୧ଠାରେ ଆଜିଠାରୁ ଆରମ୍ଭ ହୋଇଛି । ଆଜିର ପ୍ରଥମ ମ୍ୟାଚ୍ କିଟ୍‌-କିସ୍ ଓ ସ୍ପୋର୍ଟସ୍ ଓଡ଼ିଶା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଉଦ୍‌ଘାଟନ ମ୍ୟାଚ୍‌ରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଭୁବନେଶ୍ୱର କ୍ରୀଡ଼ା ସଂଘର ସମ୍ପାଦକ ଶ୍ରୀ ସୌର୍ଯ୍ୟରଞ୍ଜନ ପରିଜା, ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ସିଟି କ୍ଲବର ସମ୍ପାଦକ ଶ୍ରୀ ପ୍ରଦୀପ ରାଉତରାୟ, ଓଡ଼ିଶା ରାଜ୍ୟ ମହିଳା ଫୁଟ୍‌ବଲ ସଂଘର ଅଧ୍ୟକ୍ଷ ଶ୍ରୀ ସହଦେବ ରାଉତ, ଫୁଟବଲ ସମ୍ପାଦକ ଦିଲ୍ଲୀପ ଦାସ, ଅଶୋକ କୁମାର ମହାନ୍ତି, ଭାଗ୍ୟଧର ଜଗଦେବ, ଅନୁଗୁଳ ସୁକିନ୍ଦା ରେଲ୍‌ୱେର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ ସାମନ୍ତରାୟ, ସମରେନ୍ଦ୍ର ଜେନା, ଜଲିଲ୍ ଖାଁ, କର୍ପୋରେଟ ପଦ୍ମଜା ପ୍ରିୟଦର୍ଶିନୀ ଜେନା, ଆସିଆ ବେଗମ, ସ୍ନିଗ୍ଧା ମହାପାତ୍ର, ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଅତିଥି ରୂପେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ଏହି ପ୍ରତିଯୋଗିତାଟି ଅମିମାଂସିତ ଥିଲାବେଳେ ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ ଜେମା ସଏ । ଆସନ୍ତା କାଲିର ମ୍ୟାଚ୍ ସ୍ପୋର୍ଟସ୍ ଓଡ଼ିଶା ବନାମ ୟୁନିଟ୍‌-୬ ଆଥଲେଟିକ୍ ଆସୋସିଏସନ ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ