ନପଙ୍ଗରେ ଚାଞ୍ଚଲ୍ୟ ; ଆଇମାକୁ ପିଟି ହେମଦସ୍ତା ବାଡିରେ ପିଟି ହତ୍ୟାକଲା ନାତୁଣୀ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ମାଳଦା ନିକଟ ନପଙ୍ଗ ଠାରେ ଏକ ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଜଣେ ନାବାଳିକା ନାତୁଣୀର ହେମଦସ୍ତାବାଡି ଆକ୍ରମଣକୁ ନେଇ ଆଈର ମୃତ୍ୟୁ ଘଟିଛି । ମିଳିଥିବା ଅଭିଯୋଗ ଅନୁଯାୟୀ ବିଧବା ବୃଦ୍ଧା ଶଶୀ ଦାସ(୬୫) ଏକାକୀ ନପଙ୍ଗ ଦାସ ସାହି ଠାରେ ବସବାସ କରିଆସୁଥିଲେ । ଗତ ଏକମାସ ପୂର୍ବରୁ କେନ୍ଦ୍ରାପଡା ସ୍ଥିତ ଝିଅର ଝିଅ ନାତୁଣୀକୁ ଆଣି ପାଖରେ ରଖିଥିଲେ । ସାହି ପଡିଶାଙ୍କ ସୂଚନା ଅନୁଯାୟୀ ସଦାସର୍ବଦା ନାତୁଣୀ ଓ ଆଈଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଶୁକ୍ରାବାର ରାତିପ୍ରାୟ ଗୋଟାଏ ବେଳେ ଘର ବାହାରେ ନାତୁଣୀ କାନ୍ଦୁଥିବା ପାଖ ପଡୋଶୀ ଜାଣିବାକୁ ପାଇଥିଲେ । ଘଟଣା କଣ ହୋଇଛି ପଚାରିବାରୁ ସେ ଆଈକୁ ହେମଦସ୍ତା ବାଡିରେ ପିଟି ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା । ଖବର ପାଇ ତତକ୍ଷଣାତ ଭଣ୍ଡାରିପୋଖରୀ ଥାନା ଅଧିକାରୀ ମୃତ୍ୟୁଞ୍ଜୟଁ ପ୍ରଧାନ ଓ ସହାକାରୀ ଅଧିକାରୀ ଅନୁରାଗ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ନାବାଳିକା ନାତୁଣୀକୁ ହେପାଜତକୁ ଆଣିଥିବାବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ହେମଦସ୍ତା ବାଡିଟିକୁ ମଧ୍ୟ ଜବତ କରିଥିଲେ । ଏହାପରେ ତାକୁ ଥାନାରେ ଅଟକ ରଖିଥିବାବେଳେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିôଲେ । ଘଟଣାସ୍ଥଳକୁ ପୁଲିସ ଉପଖଣ୍ଡ ଅଧିକାରୀ ସାର୍ଥକ ରାୟ ଓ ସାଇଁଣ୍ଟିଫିକ ଟିମ ଯାଇ ଅନୁଧ୍ୟାନ କରିଛନ୍ତି । ମୃତକ ଶଶୀ ଦାସଙ୍କ ବୋହୂ ପୂଜାରାଣୀ ଦାସଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ୨୬୬/୨୦ରେ ଏକ ମାମଲା ରୁଜ୍ଜୁ କରିଥିବାବେଳେ ତଦନ୍ତ ଆରମ୍ଭ କରିଛି ।


