ନବକନ୍ୟା ପୂଜା, ପୂର୍ଣ୍ଣାହୁତି ସହ ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜନୋତ୍ସବ ଉଦଯାପିତ
ସମ୍ବଲପୁର,(ଲିପନ ନାଏକ): ସମ୍ବଲପୁର ସହର ଭୁତାପଡା ମା’ ମଙ୍ଗଳା ମନ୍ଦିରରେ ନବ କନ୍ୟା ପୂଜା, ପୂର୍ଣ୍ଣାହୁତି ସହ ଆଶ୍ଵିନ ଶରତକାଳୀନ ପୂଜନୋତ୍ସବ ବୁଧବାର ଉଦଯାପିତ ହୋଇଯାଇଛି, ଗତ ୨୮ ତାରିଖ ଆଶ୍ଵିନ ମାସ ଷଷ୍ଠୀ ତିଥିରେ କଳସାଧିବାସ ଓ ବିଲ୍ଲବରନୋତ୍ସବ ତଥା ନବ ପତ୍ରିକା ଆନୟନ ସହ ଆରମ୍ଭ ହୋଇଥିବା ଏହି ପୂଜାର ଆଜି ଅନ୍ତିମ ଦିବସରେ ନବ କନ୍ୟା ପୂଜା ଅନୁଷ୍ଠିତ ହୋଇଥିଲା, ଏହି ପୁଜନୋତ୍ସବରେ ସହରର ହଜାର ହଜାର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ, ଭୁତାପଡା ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା, ମୁଖ୍ୟ ଆଚାର୍ଯ୍ୟା ପଣ୍ଡିତ ବଂଶୀଧର ମିଶ୍ର, ପଣ୍ଡିତ ପ୍ରଣବ କୁମାର ମିଶ୍ର, ଦିଶାଙ୍କ ତ୍ରିପାଠୀ, ରାଜକୁମାର ଷଡ଼ଙ୍ଗୀ, ଗୋପାଳ ସୁଆର ପ୍ରମୁଖ ପୂଜା କାର୍ଯ୍ୟ କରିଥିଲେ, ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ରସାନନ୍ଦ ବେହେରା, ପିତବାସ ବେହେରା, ଓମ ପ୍ରକାଶ ଦାସ, ଅସିତ ବିଶ୍ୱାଳ, ନିହାର କୁମାର ମାହାନା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ, ସମ୍ବଲପୁର ଧୂଚୁରାପଡ଼ା ନିବାସୀ ସରୋଜ ସାହୁ ଏବଂ ସାଗରୀକା ସାହୁ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ.