ନବଜାତ କନ୍ୟା ସନ୍ତାନର ମୃତ ଶରୀର ଉଦ୍ଧାର

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମଦେଇ ଯାଇଥିବା ବାଘୁଆ କେନାଲର ସାଇଫନରେ ଏକ ନବଜାତ କନ୍ୟା ସନ୍ତାନର ମୃତ ଶରୀର ପଡିଥିବା ଦେଖିବାକୁ ମିଳିଛି । ଜାନୁଆରୀ ୨୦ ତାରିଖ ଦିନ ଏହି ଅଭାବନୀୟ ଘଟଣା ଦେଖିବାକୁ ପାଇ ଗ୍ରାମବାସୀ ବୁଗୁଡା ପୋଲିସ ଥାନାକୁ ଖବର ଦେଇଥିଲେ । ଖବର ପାଇ ବୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନବଜାତ ମୃତ କନ୍ୟା ସନ୍ତାନକୁ ଉଦ୍ଧାର କରି ବୁଗୁଡା ମେଡ଼ିକାଲକୁ ନେଇଥିଲେ । ସେଠାରେ ଡାକ୍ତର ନବଜାତ ଶିଶୁକୁ ମୃତ ଘୋଷଣା କରିଥିଲେ । ଶିଶୁର ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡିଛି । କେତେକ ଲୋକ କନ୍ୟା ସନ୍ତାନ ଯୋଗୁଁ ଫୋପାଡ଼ି ଦେଇଥିବା ଅନୁମାନ କହୁଥିବା ବେଳେ ଅନ୍ୟ କେତକ ଅବୈଧ ସନ୍ତାନ ଯୋଗୁ ଫୋପାଡ଼ି ଦେଇଥିବା ଅନୁମାନ କରୁଛନ୍ତି । ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବା ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ