ନବଜାତ ବାଛୁରୀକୁ ଖାଇଦେଲେ ବୁଲା କୁକୁର
ବୁଗୁଡା- ବୁଗୁଡା ମେଡିକାଲ ନିକଟ ମୁଖ୍ୟ ରାଜ୍ୟ ରାଜପଥ ଉପରେ ବୁଧବାର ଦିନ ସକାଳୁ ଦେଖିବାକୁ ମିଳିଥିଲା ଏକ ହୃଦୟ ବିଦାରକ ଦୃଶ୍ୟ। କୌଣସି ଅଜଣା ବ୍ୟକ୍ତିଙ୍କ ଏକ ଗାଈ ଗୋଟିଏ ମାଈ ବାଛୁରୀ ମୁଖ୍ୟରାସ୍ତା ଉପରେ ଜନ୍ମ ଦେଇଥିଲା। ବାଛୁରୀଟିକୁ ଜନ୍ମ ଦେବାପରେ ଗାଈଟି ଦଳା ପକାଇଲା ପରେ ବୁଲା କୁକୁର ଗୁଡିକ ସେଠାରେ ପହଞ୍ଚି ଦଳାଟିକୁ ଖାଇ ପରେ ନବଜାତ ବାଛୁରୀ ଉପରେ ଆକ୍ରମଣ କରି ଟାଣି ଓଟାରି କାମୁଡ଼ିବାକୁ ଲାଗିଲେ। ଭୋର ଶୀତ ଦିନିଆ ସମୟ ଯୋଗୁଁ ଅଳ୍ପ କେଇଜଣ ବୟସ୍କ ବ୍ୟକ୍ତି ପ୍ରାତଭ୍ରମଣରେ ଯାଉଥିବା ବେଳେ କୁକୁର ଗୁଡିକୁ ଘଉଡାଇବା ବେଳେ କୁକୁରମାନେ ସେମାନଙ୍କ ଉପରକୁ ଆକ୍ରମଣ କରିବା ପାଇଁ ଆସିବା ଯୋଗୁଁ ସେମାନେ ସାହାସ କରି ପାରିଲେ ନାହିଁ।ଯାହା ଫଳରେ ଜୀଅନ୍ତା ମାଈ ବାଛୁରୀଟିକୁ କୁକୁର ଗୁଡିକ କାମୁଡି ମାରି ଖାଇଗଲେ। ବୁଗୁଡ଼ାରେ ଏନଏସି କର୍ତ୍ତୃପକ୍ଷ ବୁଲା ଗାଈ ଓ ବୁଲା କୁକୁର ମାନଙ୍କୁ ଜବତ କରିବାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ଏହିପରି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା।ଲୋକମାନେ ମଧ୍ୟ ନିଜର ଗାଈ ଠାରୁ କ୍ଷୀର ସଂଗ୍ରହ କରିବା ପରେ ସେମାନଙ୍କୁ ରାସ୍ତାକୁ ଛାଡି ଦେଉଛନ୍ତି। ଯାହା ଫଳରେ ବୁଲା କୁକୁର ଓ ବୁଲା ଗାଈ ରାସ୍ତା ଉପରେ ବୁଲିବା ଓ ଶୋଇବା ଯୋଗୁଁ ପ୍ରାୟ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ପ୍ରଶାସନ ଏତିପ୍ରତି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।