ନବଜାତ ଶିଶୁ କଳାଧଳା ବ୍ୟତୀତ ଅନ୍ୟ ରଙ୍ଗ ଜାଣିପାରନ୍ତିନାହିଁ

ଶିଶୁ ଜନ୍ମ ହେବା ପରେ ତା’ର ବିଶେଷ ଯତ୍ନ ନିଆଯାଇଥାଏ । କାରଣ ସେ ପ୍ରକୃତି ସହ ଖାପ ନ ଖାଇବା ପର୍ଯ୍ୟନ୍ତ ତା’ର ବିଶେଷ ଧ୍ୟାନ ଦେବା ଜରୁରୀ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି । ତେବେ ନବଜାତ ଶିଶୁଙ୍କ ପାଖରେ ଏମିତି କିଛି ଗୁଣ ରହିଛି ଯାହା ବିଷୟରେ ଅନେକଙ୍କୁ ଜଣା ନ ଥାଏ । କୁହାଯାଏ ସମୟ ପୂର୍ବରୁ ଜନ୍ମ ନେଇଥିବା ଅଧିକାଂଶ ଶିଶୁ ଲେଫ୍ଟି ବା ବାଉଁଆ ହୋଇଥାଆନ୍ତି । ନବଜାତକ ଦେହରେ ଗୋଟିଏ କପ୍ରୁ କମ୍ ପରିମାଣର ରକ୍ତ ଥାଏ । ଏମାନଙ୍କ ଦେହରେ ଆଦୌ ବ୍ୟାକ୍ଟେରିଆ ନ ଥାଏ । ନବ ଜନ୍ମିତ ସନ୍ତାନମାନଙ୍କୁ କିଛି ମାସ ପର୍ଯ୍ୟନ୍ତ ସବୁ କେବଳ କଳାଧଳା ଦେଖାଯାଇଥାଏ । କୁହାଯାଏ ଏମାନଙ୍କ କାନରେ ଅଧିକ ଗେଲ କଲେ ଭବିଷ୍ୟତରେ ବଧିର ହେବାର ଭୟ ରହିଥାଏ । ୪ ମାସ ପର୍ଯ୍ୟନ୍ତ ନବଜାତ ଶିଶୁ ଲୁଣର ସ୍ୱାଦ ବାରିପାରି ନ ଥାଏ । କାରଣ ତା’ର କିଡ୍ନୀ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇ ନ ଥାଏ । ବିଶେଷଜ୍ଞଙ୍କ କହିବା କଥା ହେଲା ଶିଶୁମାନେ ୨-୩ ବର୍ଷ ପର୍ଯ୍ୟନ୍ତ ସ୍ୱପ୍ନ ଦେଖି ନ ଥାଆନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ