ନବଜାତ ଶିଶୁ ମୃତ୍ୟୁ କୁ ନେଇ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏକ ଅଘଟଣ। ସ୍ଵାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ଏକ ନବ ଜନ୍ମିତ ଶିଶୁ ପୁତ୍ର ର ମୃତ୍ୟୁ କୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରାପ୍ତ ଖବରରୁ ପ୍ରକାଶ ଯେ , ନିମାପଡା ବ୍ଲକ ଅନ୍ତର୍ଗତ ଭଇଁଛିଗୋରଡି ଗ୍ରାମର ମାନସ ସାହୁ ଙ୍କ ପ୍ରଥମ ପୁଅ ଦୁଇ ଦିନ ପୂର୍ବେ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ଗ୍ରହଣ କରିଥିବା ବେଳେ ପୁଅର ଦେହ ହଟାତ ଖରାପ ହୋଇଥିଲା ।ପରିବାର ଲୋକେ ଶିଶୁ ଟିକୁ ନିକଟସ୍ଥ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ ।ସେଠାରେ ଡାକ୍ତର ପରୀକ୍ଷା କରି ଶିଶୁପୁଅ କୁ ଓଟି କି ନେଇଯାଇଥିଲେ।ପରେ ତୁରନ୍ତ ଔଷଧ ଆଣିବାକୁ କହିଥିଲେ ।ପରେ ଡାକ୍ତର ଦେଖିଲା ବେଳକୁ ପୁଅର ମୃତ୍ୟୁ ହୋଇଯାଇଛି ।ପରିବାର ଲୋକେ ପୁଅ କେମିତି ମୃତ୍ୟୁ ହେଲାବୋଲି ପଚାରିବାରେ ଡାକ୍ତର ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ତୁମେ ଅଧିକ ମା କ୍ଷୀର ଦେଇଦେବାରୁ ଏପରି ହେଲା ବୋଲି କହିଥିଲେ ।ଡାକ୍ତରଙ୍କ ଖାମଖିଆଲି ଚିକିତ୍ସା ପାଇଁ ଆମ ପୁଅର ମୃତ୍ୟୁ ହେଲା ବୋଲି ପରିବାର ଲୋକ ଅଭିଯୋଗ କରି ହୋ ହାଲ୍ଲା , ପାଟିତୁଣ୍ଡ କରିଥିଲେ। ଏହି ଘଟଣା କୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ୍ୟୁ ଶିଶୁ ର ପିତା ମାନସ ଏ ସମ୍ପର୍କ ରେ ଚାରିଛକ ଫାଣ୍ଡି ରେ ପହଞ୍ଚି କାର୍ଯ୍ୟରତ ଡାକ୍ତର ଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ କରିବାକୁ ଚାହିଁଥିଲେ। କିନ୍ତୁ ପୋଲିସ ତାଙ୍କ ଅଭିଯୋଗ ଗ୍ରହଣ କରି ନଥିଲା ବୋଲି ମାନସ ଅଭିଯୋଗ କରିଛନ୍ତି। ଆଜି ସେ ନିମାପଡ଼ା ଥାନା କୁ ଯାଇ ଅଭିଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି। ଏହି ଘଟଣା ର ନିରପେକ୍ଷ ତଦନ୍ତ କରି ଦୋଷୀ ଡାକ୍ତର ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମାଜସେବୀ ଟୁଲୁ ମଲ୍ଲିକ ଦାବି କରିଥିବା ବେଳେ ତୁଳସୀପୁର ପଞ୍ଚାୟତ ର ସରପଞ୍ଚ ଙ୍କ ସ୍ବାମୀ ଅରକ୍ଷିତ ଭୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଚାରିଛକ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଜଣେ ଶିଶୁ ବିଭାଗ ଡାକ୍ତର ନିଯୁକ୍ତି କରିବାକୁ ଦାବି କରିଛନ୍ତି। ଏହି ଘଟଣା ସମଗ୍ର ଚାରିଛକ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।