ନବଜୀବନ ଆଶ୍ରମରେ ପ୍ରଗତି ମହିଳା ସଙ୍ଗଠନ ଦ୍ୱାରା ଖାଦ୍ୟ ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଆନୁକୁଲ୍ୟରେ ସ୍ଥାନୀୟ ନବଜୀବନ ଟ୍ରଷ୍ଟର ଅନାଥ ଆଶ୍ରମରେ ୧୦୦ଜଣ ଛାତ୍ରୀ ଏବଂ ୧୦ଜଣ ବୃଦ୍ଧା ଅନ୍ତେବାସିନୀଙ୍କୁ ଗାମୁଛା ବଣ୍ଟନ ସହ ଖାଦ୍ୟ ପରିବେଷଣ କରାଯାଇଥିଲା । ଏଥିସହ ବୌଦ୍ଧିକ ଆଲୋଚନା, ଜ୍ଞାନବିଜ୍ଞାନ, ଗୀତ, ନୃତ୍ୟ, ଏକକ ଅଭିନୟ, ଚିତ୍ର, କୌତୁକ ପ୍ରଶ୍ନ ଉତ୍ତର ପିଲାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା. ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରଗତିର ସଂପାଦିକା ତନୁଜା ଶତପଥୀ ପରିଚାଳନା କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା, ମନୋଜ ପଟ୍ଟନାୟକ, ହରିମୋହନ ପଟ୍ଟନାୟକ, ମୂରଲୀଧର ପରିଛା, ଲୋକନାଥ ମିଶ୍ର, ଟ୍ରଷ୍ଟି ଏସ୍.ଭି. ରାମାନା, ପରିଚାଳିକା ପ୍ରଭାସିନୀ ଲିମା, ବି.ଜୟଲକ୍ଷ୍ମି ପ୍ରଭୃତି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ